ପୁରୀକୁ ପଦଯାତ୍ରାରେ ବାହାରିଥିବା ବାବାଜିଙ୍କୁ ପଛରୁ ଧକ୍କା ଦେଲା ଟ୍ରକ୍: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ପୁରୀକୁ ପଦଯାତ୍ରାରେ ବାହାରିଥିବା ବାବାଜିଙ୍କୁ ପଛରୁ ଧକ୍କା ଦେଲା ଟ୍ରକ୍: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ସୋର: ନବଦ୍ବୀପରୁ ପୁରୀ ଅଭିମୁଖେ ପଦଯାତ୍ରାରେ ବାହାରିଥିବା ଜଣେ ବାବାଜିଙ୍କୁ ପଛରୁ ଏକ ଟ୍ରକ ଧକ୍କା ଦେବା ଫଳରେ ବାବାଜିଜଣଙ୍କ ଗୋଟିଏ ଗୋଡ଼ ହରାଇ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ ପଶ୍ଚିମବଙ୍ଗ ଅଞ୍ଚଳର ଝଣ୍ଟୁ ଦଳେଇ (୩୫) ଜଣେ ଇସ୍କନ ଦୀକ୍ଷିତ ବାବାଜି ଅଟନ୍ତି। ସେ ଓ ତାଙ୍କ ସହ ୫୦ ଜଣ ଲୋକ ଗତ ୨ ତାରିଖରୁ ନବଦ୍ବୀପରୁ ପୁରୀ ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ। ଗତକାଲି ରାତିରେ ଖନ୍ତାପଡ଼ାରେ ଥିବା ବେଳେ ଆଜି ସକାଳେ ପଦଯାତ୍ରାରେ ପୁନଶ୍ଚ ପୁରୀ ଅଭିମୁଖେ ବାହାରିଥିଲେ। ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ନିକଟରେ ଏକ ଟ୍ରକ ତାଙ୍କୁ ପଛରୁ ଧକ୍କା ଦେବା ସହିତ ତାଙ୍କ ବାମ ଗୋଡ଼ରେ ଚଢିଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe