ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଆଳୁ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଆଳୁ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ୱର୍ ଜାତୀୟ ରାଜପଥ ସନ୍ତୋଷପୁର ପୁରୁଣା ଟୋଲ ପ୍ଲାଜା ନିକଟରେ ଭାରସାମ୍ୟ ହରାଇ ଏକ ଆଳୁ ବୋଝେଇ ଟ୍ରକ ଓଲଟିଥିବା ବେଳେ ପୁଣି ପଛରୁ ଅନ୍ୟ ଏକ ଟ୍ରକ୍ ଧକ୍କା ଦେଇ ସିରିଜ୍ ଦୁର୍ଘଟଣା ଘଟାଇଥିବା ଦେଖିବାକୁ ମିଳିଛି। ଏଥିରେ ଥିବା ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନାରୁ ପ୍ରକାଶ ଯେ ସୋମବାର ବିଳମ୍ୱିତ ରାତିରେ ପୋଡଶି ପଶ୍ଚିମବଙ୍ଗରୁ ଅମର୍ଦ୍ଦାରୋଡ ଆସୁଥିବା ଟ୍ରକ (ଡବ୍ଲୁ ବି୦୩ସି୮୧୮୯) ପୁରୁଣା ଟୋଲ ପ୍ଲାଜା ନିକଟରେ ଥିବା ଡିଭାଇଡରକୁ ପିଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ପଛପଟୁ ଆସୁଥିବା ଅନ୍ୟ ଏକ ଟ୍ରକ୍ (ଡବ୍ଲୁଇ୩୩ ଇ୨୪୭୩) ଦୁର୍ଘଟଣାର ଶିକାର ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଇ ସିରିଜ୍ ଦୁର୍ଘଟଣା ଘଟାଇଥିବା ଦେଖିବାକୁ ମିଳିଥିଲା। ରାସ୍ତା ସମ୍ପୂର୍ଣ୍ଣ ଜାମ ହୋଇଥିବା ବେଳେ ଦୀର୍ଘ ସମୟ ଗାଡ଼ି ମୋଟର ଠିଆ ହୋଇ ରହିଥିଲା।

ସ୍ଥାନୀୟ ଲୋକେ ଭୁବନେଶ୍ୱର ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଫୋନ୍ କରିବା କ୍ଷଣି ଜାତୀୟ ରାଜପଥ ପାଟ୍ରୋଲିଂ ଭ୍ୟାନ ଘଟଣା ସ୍ଥଳରେ ପହଞ୍ଚି, ଅମର୍ଦ୍ଦାରୋଡ ଫାଣ୍ଡି ପୁଲିସ ସହାୟତାରେ ଟ୍ରାଫିକ ବ୍ୟବସ୍ଥାକୁ ସୁଧାର କରିଥିଲେ। ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ଦୁଇ ଟ୍ରକକୁ ପୁଲିସ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe