ଜନ୍ମମାଟି ଜଳେଶ୍ଵରକୁ ଫେରୁଛନ୍ତି ୟୁକ୍ରେନରେ ଡାକ୍ତରୀ ପଢୁଥିବା ଦୁଇ ଭାଇ

Advertisment
ଜନ୍ମମାଟି ଜଳେଶ୍ଵରକୁ ଫେରୁଛନ୍ତି ୟୁକ୍ରେନରେ ଡାକ୍ତରୀ ପଢୁଥିବା ଦୁଇ ଭାଇ

ଜଳେଶ୍ଵର/ଓଲମରା: ୟୁକ୍ରେନରେ ଡାକ୍ତରୀ ପଢୁଥିବା ବାଲେଶ୍ବର ଜିଲ୍ଲାର ଜଳେଶ୍ଵର ଅଞ୍ଚଳର ଦୁଇ ସମ୍ପର୍କୀୟ ଭାଇ ଭାରତ ସରକାରଙ୍କ ମିଶନ ଗଙ୍ଗା ଯୋଜନାରେ ନିଜ ଜନ୍ମମାଟିକୁ ଫେରୁଛନ୍ତି ବୋଲି ଜଣାପଡିଛି। ଏହି ଦୁଇ ସମ୍ପର୍କୀୟ ଭାଇ ହେଉଛନ୍ତି ପଞ୍ଚାୟତର ଗୋପାଳପ୍ରସାଦ ଗାଁର ପ୍ରଶାନ୍ତ କୁମାର ଜେନାଙ୍କ ପୁତ୍ର ଶୁଭ୍ରସାଇ ଓ ବିନୋଦ କୁମାର ଦାସଙ୍କ ପୁତ୍ର ସାଇ ଜ୍ୟୋତି ଦାସ। ଶୁଭ୍ରସାଇଙ୍କ ମାମୁ ପୁଅ ଭାଇ ହେଉଛନ୍ତି ସାଇ ଜ୍ୟୋତି।

ଦୁହେଁ ୨୦୧୮ ମସିହାରେ ୟୁକ୍ରେନର ଭିନେତସିଆ ସ୍ଥିତ ନ୍ୟାସନାଲ ପିରୋଗୋଭ ମେମୋରିଆଲ ମେଡିକାଲ ୟୁନିଭରସିଟିରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ଏବେ ଉଭୟ ଚତୁର୍ଥ ବର୍ଷର ଛାତ୍ର। ଶୁଭ୍ର ପାଇଁ ଗତ ୨୦୨୧ ମସିହା ଜୁଲାଇ ୨୧ ତାରିଖରେ ଶେଷଥର ପାଇଁ ଜନ୍ମମାଟିକୁ ଫେରିଥିଲେ। ତେବେ ସାଇ ଜ୍ୟୋତି କୋଭିଡ ପରଠାରୁ ଆଉ ଘରକୁ ଫେରି ନାହାନ୍ତି।  ତିନି ଦିନ ତଳେ ୟୁକ୍ରେନ ଉପରେ ରୁଷିଆର ଯୁଦ୍ଧ ଘୋଷଣା ପରେ ଶୁଭ୍ରସାଇ ଓ ସାଇ ଜ୍ୟୋତିଙ୍କୁ ନେଇ ଉଭୟଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିବା ସହ ଦୁଇ ଭାଇଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ତେବେ ଭାରତ ସରକାରଙ୍କ ମିଶନ ଗଙ୍ଗା ଯୋଜନା ପରେ ଗତକାଲି ସନ୍ଧ୍ୟାରେ ଭିନେତସିଆରୁ ଏକ ସ୍ବତନ୍ତ୍ର ବସ୍ ରେ ଅନ୍ୟ ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ରୁମାନିଆରେ ପହଞ୍ଚିଥିଲେ। ଆଜି ରୁମାନିଆର ରାଜଧାନୀ ବୁକାରେଷ୍ଟରୁ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନରେ ଭାରତ ଅଭିମୁଖେ ବାହାରିଛନ୍ତି। ଦୁଇ ସମ୍ପର୍କୀୟ ଭାଇ ଆଜି ବିଳମ୍ୱିତ ରାତିରେ ନୂଆଦିଲ୍ଲୀରେ ପହଞ୍ଚିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe