ବାଲେଶ୍ୱର: ପୋଖରୀରେ ବୁଡ଼ିଯିବାରୁ ୨ ନାବଳକଙ୍କ ମୃତ୍ୟୁ

ବାଲେଶ୍ୱର: ପୋଖରୀରେ ବୁଡ଼ିଯିବାରୁ ୨ ନାବଳକଙ୍କ ମୃତ୍ୟୁ

ଭୋଗରାଇ: ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ନାରଣପୁର ଗାଁରେ ବୁଧବାର ପୋଖରୀରେ ବୁଡ଼ି ୨ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ନାବାଳକ ଦ୍ୱୟ ଆଜି ପୋଖରୀ କୂଳରେ ଖେଳୁଥିଲେ। ମୃତ ନାବାଳକ ଦ୍ୱୟ ସଂପକୀୟ ଭାଇ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପୁଅ ରାଜକୁମାର (୨ ବର୍ଷ) ଏବଂ ବାସୁଦେବ ସାହୁଙ୍କ ପୁଅ ରଂଜନ ସାହୁ (୪ ବର୍ଷ) ଆଜି ପୂର୍ବାହ୍ନ ୧୧ଟାରେ ଖେଳୁଥିବା ସମୟରେ ପୋଖରୀକୁ ଯାଇଥିଲେ। ପ୍ରଥମେ ଜଣେ ପାଣିରେ ଗୋଡ଼ ରଖିଥିବା ବେଳେ ଅନ୍ୟ ଜଣେ ବଂଚାଇବାକୁ ଉଦ୍ୟମ କରି ସେ ମଧ୍ୟ ବୁଡ଼ି ଯାଇଥିଲା।

ବହୁ ସମୟ ପରେ ଘରକୁ ନ ଫେରିବାରୁ ପରିବାରର ଲୋକେ ଏଣେତେଣେ ଖୋଜା-ଖୋଜି କରି ପାଇ ନଥିଲେ। ଶେଷରେ ଗାଁ ପୋଖରିରୁ ନାବାଳକ ଦ୍ୱୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe