photo by : The Fresh Toast
ବାଲେଶ୍ୱର : ଏକ ଦୁଷ୍କର୍ମ ମାମଲାର ବିଚାର କରି ଆଜି ଅତିରିକ୍ତ ଜିଲ୍ଲା ସେଶନ ଜଜ୍-୨ ଦେବାଶିଷ ରାଉତ ଦୁଇ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଓ ୫ହଜାର ଟଙ୍କାର ଜରିମାନା ଆଦେଶ ଶୁଣାଇଛନ୍ତି। ଦୁହେଁ ହେଲେ ନୀଳଗିରି ଥାନା ଅଧିନ ଚଲଣାପାଳ କଣ୍ଟାବଣିଆ ଗାଁର ମନୋଜ ସିଂ (୨୦) ଓ ଦେବେନ୍ଦ୍ର ସିଂ (୨୪)। ଜରିମାନା ଅଦାଦେୟ ହେଲେ ସେମାନେ ପୁଣି ୩ ମାସ ଲେଖାଏଁ ଅଧିକ ଜେଲ୍ ଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ କରାଯାଇଛି।
ମିଳଥିବା ସୂଚନା ଆନୁଯାୟୀ, ୨୦୧୭ ଫେବ୍ରୁଆରି ୨୪ରେ ନୀଳଗିରି ଅଂଚଳର ଜଣେ ୩୫ ବର୍ଷିୟା ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ମହିଳା ଜଣକ ନିଜ ଭଉଣୀ ସହ ନିକଟସ୍ଥ ଶିବ ମନ୍ଦିରରୁ ଜାଗର ପୂଜା ସାରି ଭୋର୍ ସାଢ଼େ ୪ଟାରେ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ନିକଟସ୍ଥ ଚାଷ ଜମିକୁ ଟେକି ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଫେବ୍ରୁଆରି ୨୫ରେ ପୀଡ଼ିତା ମହିଳା ଏନେଇ ନୀଳଗିରି ଥାନାରେ ଏତଲା ଦେଇଥିଲେ। ପୁଲିସ ଏନେଇ କେସ୍ ନମ୍ବର ୬୨/୧୭ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ମାମଲାରେ ୧୩ ଜଣ ସାକ୍ଷୀଙ୍କ ସାକ୍ଷ ଓ ଦସ୍ତାବିଜ୍କୁ ଭିତ୍ତି କରି ବିଚାରପତି ଶ୍ରୀ ରାଉତ ଏହି ରାୟ ଦେଇଛନ୍ତି। ବିକେ ପାଣି ଓ ଡିକେ ଦାଶ ଏହି ମାମଲା ପରିଚାଳନା କରିଥିଲେ।
Follow Us