Advertisment

ବାଲେଶ୍ଵରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ନିର୍ବାଚନ ପ୍ରଚାର, ଫୁଲଚନ୍ଦନ ଦେଇ ବନ୍ଦାପନା କରି ସ୍ଵାଗତ କଲେ ସ୍ଥାନୀୟ ବାସିନ୍ଦା

Advertisment
ବାଲେଶ୍ଵରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ନିର୍ବାଚନ ପ୍ରଚାର, ଫୁଲଚନ୍ଦନ ଦେଇ ବନ୍ଦାପନା କରି ସ୍ଵାଗତ କଲେ ସ୍ଥାନୀୟ ବାସିନ୍ଦା

indus valley times

ବାଲେଶ୍ଵର: ବାଲେଶ୍ଵରରେ ଆଜି ସକାଳୁ ସକାଳୁ ପ୍ରଚାର ମଇଦାନରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଚାଲି ଚାଲି ସଦମହକୁମାର ଏକ ନମ୍ବର ୱାର୍ଡରେ ସେ ପ୍ରଚାର କରିଛନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସାଙ୍ଗରେ ବାଲେଶ୍ବର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଓ ସଦର ବିଧାୟକ ପ୍ରାର୍ଥୀ ମାନସ ଦତ୍ତ ମଧ୍ୟ ରହିଛନ୍ତି।

ଶ୍ରୀ ବୈଷ୍ଣବ ୪ଦିନିଆ ବାଲେଶ୍ଵର ଗସ୍ତରେ ଆସି ବିଜେପି ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ଚାଲିଚାଲି ଗଳି ଗଳି ବୁଲି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ରେଳ ମନ୍ତ୍ରୀଙ୍କୁ ପାଖରେ ପାଇ ଲୋକେ ମଧ୍ୟ ବେଶ୍ ଉତ୍ସାହିତ ହୋଇ ଫୁଲଚନ୍ଦନ ଦେଇ ବନ୍ଦାପନା କରି ସ୍ଵାଗତ କରିଛନ୍ତି ତ କିଏ ସର୍ବତ ପିଇବାକୁ ଦେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe