ବାଲେଶ୍ୱରର ବିକାଶ ଦାୟିତ୍ୱ ମୁଁ ନେବି, ଆପଣମାନଙ୍କ ସହିତ ସବୁବେଳେ ଅଛି : ନବୀନ

Advertisment

ଫକୀରମୋହନ ସେନାପତିଙ୍କ ‘ରେବତୀ’ ବହୁତ ଭଲ ଲାଗେ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ଫକୀରମୋହନ ସେନାପତିଙ୍କ ‘ରେବତୀ’ ବହୁତ ଭଲ ଲାଗେ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱରର ବିକାଶ ଦାୟିତ୍ୱ ମୁଁ ନେବି, ଆପଣମାନଙ୍କ ସହିତ ସବୁବେଳେ ଅଛି : ନବୀନ

ଭୁବନେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ବାଲେଶ୍ୱର ବିକାଶ ପାଇଁ ମୁଁ ଦାୟିତ୍ୱ ନେବି। ମୁଁ ଆପଣଙ୍କ ସହିତ ସବୁବେଳେ ଅଛି।

ବାଲେଶ୍ୱର ସଦର ଆସନ ଲାଗି ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ଲାଗି ଭର୍ଚୁଆଲ ପ୍ରଚାର କରି ନବୀନ କହିଛନ୍ତି, ଆଜିର ଦିନଟି ସ୍ମରଣୀୟ। କାରଣ  ଠିକ୍ ୨୧ ବର୍ଷ ତଳେ ଆଜିର ଦିନରେ ମହାବାତ୍ୟା ଆସିଥିଲା। ଉପକୂଳ ଓଡ଼ିଶା ଛାରଖାର ହୋଇଯାଇଥିଲା। ହେଲେ ଏବେ ବାତ୍ୟା ମୁକାବିଲାରେ ଓଡ଼ିଶା ମଡେଲ ପାଳଟିଛି । ଲୋକଙ୍କ ଜୀବନ ବଂଚାଇବା ଆମର ମୁଖ୍ୟ ଲକ୍ଷ୍ୟ। କେବଳ ସେତିକି ନୁହେଁ, ଓଡ଼ିଶାର  କୋଭିଡ ପରିଚାଳନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି  ପ୍ରଶଂସା କରିଛି।

ମୁଁ ବାଲେଶ୍ୱର ଯାଇଥିଲେ ବହୁତ ଜନସମାଗମ ହୋଇଥାନ୍ତା। କିନ୍ତୁ ମୁଁ ଆପଣଙ୍କର ଜୀବନକୁ ବିପଦରେ ପକାଇବାକୁ ଚାହୁଁନାହିଁ। ସେଥିପାଇଁ କୋଭିଡ ସମୟରେ ମୁଁ ବାଲେଶ୍ୱର ଗଲି ନାହିଁ। କୋଭିଡ ସ୍ଥିତି ସ୍ୱାଭାବିକ ହେଲେ ବାଲେଶ୍ୱର ଯିବି। ମୁଁ ଆପଣମାନଙ୍କ ସହିତ ସବୁବେଳେ ଅଛି ବୋଲି ବାଲେଶ୍ବରବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ।

ନିଜ ସରକାରର ସଫଳତା ବର୍ଣ୍ଣନା କରି ବିଜେଡି ସୁପ୍ରିମୋ କହିଥିଲେ, ବସ୍ତି ବିକାଶ କାମ, ବିଜୁଳି ଯୋଗାଣ ଓ ପିଇବା ପାଣି ସୁବିଧା କରାଯାଉଛି । ପ୍ରତି ବସ୍ତିକୁ ଆଦର୍ଶ ବସ୍ତିରେ ପରିଣତ କରାଯାଉଛି। ଗରିବ ଲୋକଙ୍କୁ ଭୂମି ଅଧିକାର ଦିଆଯାଉଛି। ଗାଁର ଗରିବ ଲୋକଙ୍କୁ ଜମି, ଘର ଦିଆଯାଉଛି। ଜମିକୁ ପାଣି, ଗାଁକୁ ରାସ୍ତା, ବିଜୁଳି ଯୋଗାଇ ଦିଆଯାଉଛି।  ମିଶନ ଶକ୍ତିର ମା’ମାନେ କୋଭିଡ ସମୟରେ ମଧ୍ୟ ଭଲ କାମ କରୁଛନ୍ତି। ମା’ମାନଙ୍କର ଉନ୍ନତି ମୋତେ ଖୁସି ଦେଉଛି।

ଏଥିସହ  ବାଲେଶ୍ୱର ଆସିଲେ ଫକୀର ମୋହନ ସେନାପତିଙ୍କ କଥା ମନେପଡେ ବୋଲି ନବୀନ କହିଛନ୍ତି। ଫକୀରମୋହନ ସେନାପତି ହେଉଛନ୍ତି ମୋର ପ୍ରିୟ ଲେଖକ। ତାଙ୍କ ଦ୍ୱାରା ଲେଖାଯାଇଥିବା ଗଳ୍ପ ‘ରେବତୀ’ ମୋତେ ବହୁତ ଭଲ ଲାଗେ। ବାଲେଶ୍ବର କଥାପଡ଼ିଲେ ବିଜୁ ବାବୁ ଓ ଏପିଜେ ଅବଦୁଲ କାଲାମଙ୍କୁ ବି ମନେପଡେ। ଏପିଜେ ଅବଦୁଲ୍‌ କାଲାମଙ୍କୁ ବିଜୁ ବାବୁ କହୁଥିଲେ, ଆପଣ ଚାନ୍ଦିପୁରକୁ ଏଭଳି କରନ୍ତୁ, ଯେପରି ଚୀନ ଡରିବ। ଚାନ୍ଦିପୁରରୁ ଏବେ ମିସାଇଲ ଟେଷ୍ଟ କରାଯାଉଛି। ଏହି ମହାନ ଦେଶ ଭକ୍ତଙ୍କୁ ମନେ ପକାଯାଉଛି।

ଆପଣମାନେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ରକୁ ଯାଆନ୍ତୁ। ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୁ ଜନତା ଦଳ ପ୍ରାର୍ଥୀଙ୍କୁ ଜିତାନ୍ତୁ।  ଆପଣମାନେ ଜାଣନ୍ତି ସାଧାରଣ ନିର୍ବାଚନ ୩ ବର୍ଷ ରହିଲା। ଏହି ୩ ବର୍ଷ ମଧ୍ୟରେ ବହୁତ କାମ କରାଯାଇପାରିବ। ବାଲେଶ୍ୱରର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ନବୀନ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe