Advertisment

ଋଣଭାର ଉଜାଡ଼ି ଦେଲା ହସଖୁସିର ପରିବାର: ଚାଲିଗଲା ସ୍ତ୍ରୀଙ୍କ ଜୀବନ, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ସ୍ବାମୀ

Advertisment
ଗ୍ରୀଷ୍ମପ୍ରବାହରୁ ମୁକ୍ତି ମିଳୁନି: ୩୬ ଘଣ୍ଟାରେ ୪୫ ମୃତ

new indian express

ନୀଳଗିରି: ଋଣ ଭାର ଉଜାଡ଼ି ଦେଇଛି ହସଖୁସିର ପରିବାର। ମା ଛେଉଣ୍ଡ ହୋଇଛନ୍ତି ଦୁଇ ସନ୍ତାନ। ବାପା ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୀଳଗିରି ଥାନା ଅଧୀନ ଚଣ୍ଡୀପୁର ଗ୍ରାମରେ। ଋଣ ବୋଝ ସହି ନପାରି ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ସ୍ତ୍ରୀ ମରଣ ସହ ସଂଘର୍ଷ କରି କରି ମୃତ୍ୟୁବରଣ କରିଥିବା ବେଳେ ସ୍ବାମୀ ଏବେ ମରଣ ସହ ଲଢୁଛନ୍ତି। ଗୁରୁତର ହୋଇଥିବା ସ୍ୱାମୀ ଏବେ ଗୁରୁତର ଭାବରେ ଭୁବନେଶ୍ବରର କିମ୍ସ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

ନୀଳଗିରି ବ୍ଲକ ଅଧୀନ ଚଣ୍ଡୀପୁର ଗାଁର ସ୍ୱରୂପାନନ୍ଦ ଦେବଗୋସ୍ୱାମୀ(୪୫) ଏବଂ ତାଙ୍କ ସ୍ତ୍ରୀ ସୁଶ୍ରୀସଂଗୀତା(୪୦) ବିଭିନ୍ନ ଋଣ ପ୍ରଦାନକାରୀ ସଂସ୍ଥା ଓ ସ୍ୱୟଂସହାୟକ ଗୋଷ୍ଠୀରୁ ଲକ୍ଷାଧିକ ଟଙ୍କା ଋଣ ଆଣି ଏକ ମୂଢି ଓ ଚାଉଳ କଳ ପ୍ରସ୍ତୁତ କରିଥିଲେ। ହେଲେ ବ୍ୟବସାୟ ମାନ୍ଦା ହେବାରୁ ଋଣ ଟଙ୍କା ପରିଶୋଧ କରିପାରିନଥିଲେ। ପ୍ରତିଦିନ ଋଣ ପ୍ରଦାନକାରୀ ସଂସ୍ଥାଙ୍କ ଅଫିସରୁ ତାଗିଦ ମଧ୍ୟ ଆସୁଥିଲା।ଏହି ଋଣ ଟଙ୍କାରେ ସେମାନେ ହଲର୍‍ ଏବଂ ମୁଢ଼ିଭଜା ମେସିନ ବସାଇ ବ୍ୟବସାୟ କରୁଥିଲେ। ଏଥିରେ ଯାହା ଦି’ ପଇସା ମିଳୁଥିଲା, ସେଥିରେ ଚଳିବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା। ଋଣର ଭାର ଦିନକୁ ଦିନ ବଢିବାକୁ ଲାଗିଥିଲା ଫଳରେ ବୁଧବାର ରାତିରେ ଘରେ କେହି ନଥିବା ସମୟରେ ଦୁଇ ସନ୍ତାନ ଶୋଇଯିବା ପରେ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ

।ରାତି ୩ଟାରେ ସୁଶ୍ରୀ ସଙ୍ଗୀତା ୧୮ ବର୍ଷୀୟ ପୁଅକୁ ବିଷ ଦେଇଥିବା କଥା କହିଥିଲେ। ପୁଅ ଉଭୟ ବାପା ମାଙ୍କୁ ନେଇ ନୀଳଗିରି ମେଡିକାଲରେ ପହଞ୍ଚିଥିଲା ସେଠୀରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ସ୍ଥାନାନ୍ତରିତ କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ସୁଶ୍ରୀ ସଙ୍ଗୀତା ମୃତ୍ୟୁବରଣ କରିଥିବା ବେଳେ ସ୍ବରୂପଙ୍କୁ କଟକ ଓ ପରେ ଭୁବନେଶ୍ବର କିମ୍ସକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe