Advertisment

ଓଡ଼ିଶାର ସାରସ୍ଵତ ଭଣ୍ଡାରକୁ ଦୀନକୃଷ୍ଣ ଓ ଫକୀରମୋହନଙ୍କ ଅବଦାନ ଅତୁଳନୀୟ

Advertisment

ଦ୍ବିଦିବସୀୟ ରାଜ୍ୟସ୍ତରୀୟ ଶୀତ ଉତ୍ସବ ଉଦଘାଟିତ

ଦ୍ବିଦିବସୀୟ ରାଜ୍ୟସ୍ତରୀୟ ଶୀତ ଉତ୍ସବ ଉଦଘାଟିତ

ଓଡ଼ିଶାର ସାରସ୍ଵତ ଭଣ୍ଡାରକୁ ଦୀନକୃଷ୍ଣ ଓ ଫକୀରମୋହନଙ୍କ ଅବଦାନ ଅତୁଳନୀୟ

ଜଳେଶ୍ଵର: ଦୀନକୃଷ୍ଣ ଓ ଫକୀରମୋହନ ସାରସ୍ଵତ ଜଗତ ପାଇଁ ଚିର ନମସ୍ୟ। ସେମାନଙ୍କ ସାହିତ୍ୟକୃତି ପ୍ରତିଟି ଓଡ଼ିଆଙ୍କୁ ଗର୍ବ କରିଛି। ଭୋଗ ଓ ସ୍ବାର୍ଥ ସର୍ବସ୍ବ ତଥା ଅବକ୍ଷୟମୁଖୀ ଦୁନିଆରେ ଆମ ସାହିତ୍ୟ,ସଂସ୍କୃତି,ଐତିହ୍ୟ ଓ ପରମ୍ପରାକୁ ଆମକୁ ଉଜ୍ଜୀବିତ କରିବାକୁ ପଡିବ। ତାହା ହିଁ ଦୀନକୃଷ୍ଣ ଓ ଫକୀରମୋହନଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଆଜି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ସହଯୋଗରେ ଜଳେଶ୍ବର ମହିଳା କଲେଜ ପରିସରରେ ଦ୍ବିଦିବସୀୟ ରାଜ୍ୟସ୍ତରୀୟ ଶୀତ ଉତ୍ସବ ଉଦଘାଟନୀ ସମାରୋହରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

publive-image

ପୂର୍ବାହ୍ନ ୧୧ ଟା ସମୟରେ କଲେଜ ସମ୍ମିଳନୀ କକ୍ଷରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଏହି ଉତ୍ସବକୁ ବିଶିଷ୍ଟ ସାରସ୍ଵତ ସାଧକ ତଥା ପ୍ରଧ୍ୟାପକ ବିପିନ ବିହାରୀ ବିଶ୍ବାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସଭାରେ ଓଡ଼ିଆ ସାହିତ୍ୟ ଏକାଡେମୀର ରାଜ୍ୟ ସଭାପତି ଡ.ହୃଷିକେଶ ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ପ୍ରାରମ୍ଭରେ ଏକାଡେମୀର ସଞ୍ଜୟ କୁମାର ଛୁଆଳସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥି ଭାବେ ଶ୍ରୀ ବିଶ୍ବାଳଙ୍କ ସହ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୁତି ସାଗରିକା ଜେନା ମଙ୍ଗଳାଚରଣ କରିଥିବା ବେଳେ ଶେଷରେ ଉପସଭାପତି ଡ.ସଂଗ୍ରାମ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉଦଘାଟନୀ ସମାରୋହ ପରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କବୟିତ୍ରୀ ମନୋରମା ମହାପାତ୍ର ବିଶ୍ବାଳ ଏହି ପାଠୋତ୍ସବର ସଂଯୋଜନା କରିଥିଲେ।ସେହିପରି ଅପରାହ୍ନରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ଓଡ଼ିଆ ସାହିତ୍ୟକୁ ଦୀନକୃଷ୍ଣଙ୍କ ଅବଦାନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe