Photo by : indiaemotions.com
ରାଜବରହମପୁର : ମହିଳାଙ୍କଠାରୁ ସୁନାଚେନ୍ ଛିଣ୍ଡାଇନେବା ଆଜି ଦୁଇ ଲୁଟେରାଙ୍କୁ ମହଙ୍ଗା ପଡ଼ିଛି। କଳା ପଲ୍ସରରେ ଚମ୍ପଟ ମାରିବା ଆଗରୁ ସଂପୃକ୍ତ ମହିଳାଜଣକ ଲୁଟେରାଙ୍କୁ ଭିଡ଼ିଧରିବାରୁ ସମସ୍ତେ ରାସ୍ତାରେ ଘୋଷାରି ହୋଇ ପଡ଼ିଥିଲେ। ଏହାଦେଖି ସ୍ଥାନୀୟ ଲୋକେ ପହଞ୍ଚି ଦୁଇ ଦୁର୍ବୃତ୍ତଙ୍କୁ ଧରି ବାନ୍ଧି ପକାଇଥିଲେ।
ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଅନ୍ତର୍ଗତ ଝରଣଘାଟି ନିକଟରେ ଆଜି ଏଭଳି ସାହସିକତା ଦେଖାଇଛନ୍ତି ଗୋହିରା ଗ୍ରାମର ଅଙ୍ଗନବାଡ଼ି କର୍ମୀ ଶାନ୍ତିପ୍ରିୟା ଜେନା(୪୮)। ଆଜି ଅପରାହ୍ଣ ପ୍ରାୟ ୨ଟାରେ ୧୯ ନଂ. ରାଜ୍ୟ ରାଜପଥରେ ସ୍କୁଟିରେ ସେ ଶେରଗଡ଼ ଯାଉଥିଲେ। ତାଙ୍କୁ ଦୁଇ ଲୁଟେରା ଏକ ପଲ୍ସର (ଓଡି୧୧ ଏଫ୍ ୨୨୧୯)ରେ ପିଛା କରିଥିଲେ। ଝରଣଘାଟି ଫରେଷ୍ଟ ଚେକ୍ ଗେଟ୍ ପାଖରେ ପଛପଟୁ ତାଙ୍କ ବେକରୁ ସୁନା ହାରକୁ ଛିଣ୍ଡାଇଥିଲେ। ସ୍କୁଟି ଚଲାଉଥିଲେ ହେଁ ଶାନ୍ତିପ୍ରିୟା ସାହସ କରି ତତ୍କ୍ଷଣାଣ ଲୁଟେରାର ସାର୍ଟଟିକୁ ଭିଡ଼ିଧରିଥିଲେ। ଫଳରେ ୩ ଜଣଯାକ ରାସ୍ତା ପାର୍ଶ୍ୱରେ ପଡ଼ିଯାଇଥିଲେ। ଏହା ଦେଖି ଛକରେ ଥିବା ସ୍ଥାନୀୟ ଲୋକେ ଦୌଡ଼ିଯାଇ ୨ ଲୁଟେରାଙ୍କୁ ବାନ୍ଧି ପକାଇ ଉତ୍ତମମଧ୍ୟମ କଷିଦେଇଥିଲେ। ଦୁଇ ଲୁଟେରାଙ୍କ ଘର ହଳଦୀପଦା। ସେମାନେ ହେଲେ ମହେଶ୍ୱର ସେଠୀ (୨୨) ଓ ଜୟଦେବ ପ୍ରଧାନ (୨୩)।
Follow Us