କାଠଫାଳିଆ ମାଡ଼ରେ ମହିଳା ମୃତ

Advertisment
କାଠଫାଳିଆ ମାଡ଼ରେ ମହିଳା ମୃତ

ଶେରଗଡ : ଗାଈ ବୋଇତାଳୁ ଗଛ ଖାଇଦେବାକୁ ନେଇ କଳହ ହେଲା। ଏହି କଳହକୁ କେନ୍ଦ୍ରକରି କାଠଫାଳିଆରେ ମାଡ଼ ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମୃତ ମହିଳା ଜଣକ ହେଲେ ଶେରଗଡ ‌େତାଟାସାହିର ପଦିଆ ବେହେରାଙ୍କ ପତ୍ନୀ କୋରି ବେହେରା (୫୦)।

ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ଶେରଗଡ ତୋଟାସାହିରେ ପଦିଆ ବେହେରାଙ୍କ ବାଡ଼ିରେ ଅଭିଯୁକ୍ତ ଭଗବାନଙ୍କ ଗାଈ ପଶି ବୋଇତାଳୁ ଗଛ ଖାଇଦେଇଥିଲା। ଏଥିରେ ପଦିଆଙ୍କ ମୃତ ପତ୍ନୀ କୋରି ଭଗବାନଙ୍କୁ ଗାଳିଗୁଲଜ କରିଥିଲେ। ଏଥିରେ ଭଗବାନ ଉତ୍ତ୍ୟକ୍ତ ହୋଇ ପାଖରେ ପୋତା ହୋଇଥିବା ଏକ ଛେଳିବନ୍ଧା ଖୁଣ୍ଟକୁ ଉପାଡି ଜୋର୍‌ରେ କୋରିକୁ ପିଟିଦେଇଥିଲେ । ଭଗବାନଙ୍କ ମାଡ଼ରେ ଗୁରୁତର ହୋଇଥିବା କୋରିଙ୍କୁ ଚିକିତ୍ସା ପାଇଁ କଟକ ନେବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତକଙ୍କ ଝିଅ ନମିତା ବେହେରାଙ୍କ ଏତଲା ପ୍ରକାରେ ପୁଲିସ୍‌ କେସ୍‌ ନଂ ୧୦୪/୧୮ରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଭଗବାନ ଗୌଡକୁ ଗିରଫ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ମାମଲାର ଅନୁଧ୍ୟାନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe