Advertisment

ଗାଧୋଇବାକୁ ଯାଇ ମହିଳାଙ୍କ ସଲିଳ ସମାଧି

Advertisment
ଗାଧୋଇବାକୁ ଯାଇ ମହିଳାଙ୍କ ସଲିଳ ସମାଧି

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ନହରା ପଞ୍ଚାୟତ ବଡମନ୍ଦାରୁଣୀ ଗ୍ରାମରେ ଥିବା ଚନ୍ଦନ ପୋଖରୀକୁ ଗାଧୋଇବାକୁ ଯାଇଥିବା ଜଣେ ୫୫ ବର୍ଷୀୟ ମହିଳାଙ୍କ ସଲିଳ ସମାଧି ହୋଇଯାଇଛି। ମୃତ ମହିଳା ବଡ଼ମନ୍ଦାରୁଣୀ ଗ୍ରାମର ଯଦୁନାଥ ମିର୍ଦ୍ଧାଙ୍କ ସାନ ଭଉଣୀ ଜାନିଆ। ଜାନିଆ ଗତ ୧୯ ତାରିଖରେ ଘରୁ ବାହାରି ଆସିଥିବା ବେଳେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଧରି ନେଇଥିଲେ ସେ କୌଣସି ଆତ୍ମୀୟଙ୍କ ଘରକୁ ଯାଇଛନ୍ତି।

ତେବେ ଆଜି ସକାଳ ସମୟରେ ଗ୍ରାମବାସୀ ଚନ୍ଦନ ପୋଖରୀ ପାଣିରେ ଜାନିଆର ଶବ ଭାସୁଥିବାର ଦେଖିବାକୁ ପାଇଥିଲେ। ଜାନିଆ ପ୍ରତିଦିନ ଏହି ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe