Advertisment

ଅଲ୍ଲିପୁର ରେଳ ଫାଟକ ନିକଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

Advertisment
ଅଲ୍ଲିପୁର ରେଳ ଫାଟକ ନିକଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅଲ୍ଲିପୁର ରେଳ ଫାଟକ ନିକଟରେ ଜଣେ ଅଜଣା ଯୁବକଙ୍କର ମୃତଦେହ ଦେଖିବାକୁ ମିଳିଛି। ଆଜି ସକାଳେ ସ୍ଥାନୀୟ ଲୋକେ ଏହି ଗେଟ ନିକଟରେ ଜଣେ ଅଜଣା ଯୁବକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଯୁବକଙ୍କ ମୁଣ୍ଡରେ ପ୍ରବଳ ଆଘାତ ହୋଇଥିବା ବେଳେ ଦେହର ଅନେକ ସ୍ଥାନରେ କ୍ଷତ ଚି଼ହ୍ନ ରହିଛି। ତେବେ ଯୁବକଜଣଙ୍କ ଟ୍ରେନରୁ ଖସି ମୃତ୍ୟୁବରଣ କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe