ଯାତ୍ରୀବାହୀ ବସ୍‌ ଧକାରେ ଯୁବକ ମୃତ, ଚାଳକ ଅଟକ

ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟସ୍ଥ ଷ୍ଟାର ହୋଟେଲ ସମ୍ମୁଖରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଧକାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ରୁପ୍ସା ଅଞ୍ଚଳର ବାପି ବେହେରା

soro

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟସ୍ଥ ଷ୍ଟାର ହୋଟେଲ ସମ୍ମୁଖରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଧକାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ରୁପ୍ସା ଅଞ୍ଚଳର ବାପି ବେହେରା(୫୫)।

ସୂଚନା ଅନୁସାରେ ବାପି  ନିକଟସ୍ଥ ପୂଜା ରାଇସ ମିଲରେ କାର୍ଯ୍ୟ କରନ୍ତି। ଆଜି ସନ୍ଧ୍ୟାରେ ବାପି  ଦୋକାନରୁ ସଉଦା କିଣି  ଚାଲି ଚାଲି ରାଇସ ମିଲକୁ ଯାଉଥିବା ବେଳେ ଷ୍ଟାର ହୋଟେଲ ନିକଟରେ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଆସୁଥିବା ବସ୍‌ (ଓଡି ୦୧ କ୍ୟୁ ୬୧୬୧) ନୀଳମାଧବ ବସ୍‌ ଦ୍ରୁତଗତିରେ  ତାଙ୍କୁ ପଛରୁ ଧକା ଦେଇ ଫେରାର ହୋଇଯାଇଥିଲା।

ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାପିଙ୍କୁ ଗୁରୁତ୍ତର ଅବସ୍ଥାରେ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଲୋକେ ବସଟିକୁ ପିଛା କରି ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଛପୋଲିଆ ନିକଟରେ ଅଟକାଇ ସୋର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସରେ ଥିବା ଯାତ୍ରୀମାନଙ୍କୁ ଅନ୍ୟ ବସରେ ପଠାଇବା ସହିତ ବସ ଓ ଏହାର ଚାଳକ ବାରିପଦା ଅଂଚଳର ସତ୍ୟବ୍ରତ ମହାପାତ୍ରକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

Balasore

ରିପୋର୍ଟ: ଅଭୟ ପତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe