ବାଣ ଫୁଟାଉଥିବା ବେଳେ ଯୁବକ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

Advertisment
ବାଣ ଫୁଟାଉଥିବା ବେଳେ ଯୁବକ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ସୋର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅନ୍ତର୍ଗତ କ୍ଷୀରପଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବାଣ ଫୁଟାଇବା ବେଳେ ଯୁବକ ଗୁରୁତର ହୋଇଛନ୍ତି। ଯୁବକଜଣକ ଖୁସିରା ନିଜେ ବାଣ ଫୁଟାଉଥିବା ବେଳେ ତାଙ୍କଆଖିରେ ବାରୁଦ ପଡ଼ିଯାଇଥିଲା। ଏହାଫଳରେ ତାଙ୍କର ମୁହଁ ଜଳି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସୋର ଡାକ୍ତରଖାନକୁ ଅଣାଯାଇଥିଲା। ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଗୁରୁତର ଯୁବକଜଣକ ହେଲେ ସେକ୍‌ ସକରାଉଦ୍ଦିନ। ଏକ ଶୋଭାଯାତ୍ରାରେ ସକରାଉଦ୍ଦିନ ସାମିଲ ହେବା ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ତେବେ ଏହି ଘଟଣା ସେହି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe