ଜାତୀୟ ରାଜପଥରୁ ହାତ, ଗୋଡ଼ ଓ ମୁହଁ ବନ୍ଧା ଥିବା ଯୁବକ ଉଦ୍ଧାର

ଜାତୀୟ ରାଜପଥରୁ ହାତ, ଗୋଡ଼ ଓ ମୁହଁ ବନ୍ଧା ଥିବା ଯୁବକ ଉଦ୍ଧାର

ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅଧୀନସ୍ଥ ୬୦ ନମ୍ବର ଜାତୀୟ ରାଜପଥର ଶାନ୍ତିଆ ୧୬ ନମ୍ବର ଫ୍ଲାଏ ଉଭର ଉପରେ ହାତ ଗୋଡ଼ ବନ୍ଧା ଥିବା ଜଣେ ଯୁବକଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଜଳେଶ୍ୱର ପୁୁଲିସ ଉଦ୍ଧାର କରିଛି। ଯୁବକଙ୍କ ପରିଚୟ ଜଣା ନଥିବା ବେଳେ ପୁଲିସ ତାଙ୍କୁ ଚିକିତ୍ସା ପାଇଁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରିଛି।

ଜଳେଶ୍ଵର ପୁଲିସ ଭୋର ସାଢେ ୪ ଟା ସମୟରେ ପେଟ୍ରୋଲିଂ କରୁଥିବା ବେଳେ ଏହି ଯୁବକ ଜଣକ ହାତ,ଗୋଡ଼ ଓ ମୁହଁ ବନ୍ଧା ହୋଇ ଜାତୀୟ ରାଜପଥର ଶାନ୍ତିଆ ପୋଲ ନିକଟରେ ପଡ଼ି ଥିବାରୁ ଦେଖି ଉଦ୍ଧାର କରିଥିଲେ। ଯୁବକ ଜଣକ କିଏ, ତାଙ୍କୁ ଏପରି କିଏ କାହିଁକି କରିଛି ତାହା ଜାଣିବା ପାଇଁ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଏନେଇ ଜଳେଶ୍ଵର ଥାନା ପାର୍ଶ୍ଵବର୍ତ୍ତୀ ଇଲାକାରେ ଥିବା ଅନ୍ୟ ଥାନାମାନଙ୍କୁ ଖବର ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe