ସୋର: ଦୀପାବଳିରେ ବାଣ ଫୁଟାଉଥିବା ବେଳେ ପୁଣି ଅଘଟଣ ଘଟିଛି। ବାଣ ବିସ୍ଫୋରଣରେ ଜଣେ ଯୁବକଙ୍କ ହାତ ପାପୁଲି ଛିଣ୍ଡିଯାଇଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ହେଲେ ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଗୋବିନ୍ଦପୁର ଗାଁର ବାବୁ ମହାନ୍ତି।
ଆହୁରି ପଢ଼ନ୍ତୁ: Diwali Unique Tradition : ଅନନ୍ୟ ପରମ୍ପରା; ଗତ ୧୫୫ ବର୍ଷ ଧରି ଜଳୁଥିବା ଚିତା ମଧ୍ୟରେ କରାଯାଉଛି ମା’ କାଳୀଙ୍କ ପୂଜା
ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ସୋର ଥାନା ଗୋବିନ୍ଦପୁର ଗ୍ରାମର ବାବୁ ମହାନ୍ତି ଆଜି ସନ୍ଧ୍ୟାରେ ଘର ନିକଟରେ ଚାଇନା ବାଣ ଫୁଟାଉଥିଲେ। ଏହି ସମୟରେ ବାଣ ଟି ତାଙ୍କ ଡାହାଣ ହାତ ପାପୁଲିରେ ଫୁଟିଯାଇଥିଲା। ଫଳରେ ହାତରୁ ପାପୁଲି ଛିଣ୍ଡିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଆହୁରି ପଢ଼ନ୍ତୁ: Workshop On Cyber Security: ‘ସାଇବର ସୁରକ୍ଷା ନେଇ ଯୁବ ପିଢୀ ସଚେତନ ହେବା ଆବଶ୍ୟକ’
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈଠଡ଼ା ଗ୍ରାମରେ ମଧ୍ୟ ଏକ ଅଭାବନୀୟ ଘଟଣା ଘଟିଛି। ବାଣ ତିଆରି କରିବା ସମୟରେ ଅସାବଧାନତା ଯୋଗୁଁ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ତେନ୍ତୁଳିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କୈଠଡ଼ା ଗ୍ରାମର ପିଣ୍ଟୁ ପଲେଇଙ୍କ ଜୀବନ ଯାଇଛି। ବେଆଇନ ଭାବେ ଦୀପାବଳି ପାଇଁ ଭିଡୁଥିଲେ ବାଣ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବିସ୍ପୋରଣରେ ଯୁବକଙ୍କର ଗୋଟିଏ ଗୋଡ଼ ଓ ଗୋଟିଏ ହାତ ଉଡ଼ିଯାଇଥିଲା। ତାଙ୍କୁ ଉଦ୍ଧାର କରାଯାଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର।
Diwali | Balasore
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/20/fire-cracker-2025-10-20-17-45-17.jpg)