ରାୟଗଡ଼ା: ରାୟଗଡା ଠାରେ ସାଇବର ଠକେଇରୁ ରକ୍ଷା ପାଇବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ଓ ପୁଲିସ ବିଭାଗ ଆନୁକୂଲ୍ୟରେ ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୫ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ରାୟଗଡ଼ା ଜିଲ୍ଳା ଓଡିଶା ପୁଲିସ ପ୍ରଶାସନ ଦ୍ୱାରା ରାୟଗଡ଼ାର ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ଜିଲ୍ଳାସ୍ତରୀୟ ସାଇବର ସୁରକ୍ଷା ଅଭିଯାନ ଓଡିଶା ଉଦଘାଟନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହି ଅବସରରେ ରାୟଗଡ଼ା ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ସ୍ଵାଥୀ ଏସ.କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଳାପାଳ ଆଶୁତୋଷ କୁଲକର୍ଣ୍ଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡ଼ା ନଗରପାଳ ପି.ମହେଶ ପଟ୍ଟନାୟକ,ଅତିରିକ୍ତ ଏଏସପି ସ୍ୱସ୍ତିକ ପଣ୍ଡା ପ୍ରମୁଖ ମଂଚାସୀନ ହୋଇଥିଲେ। ଡିଜିଟାଲ ଯୁଗରେ ସାଇବର ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତାରେ ପଡିଥିବା ବେଳେ କେବଳ ସଚେତନତା ହିଁ ଏହାର ମୂଳ ଅସ୍ତ୍ର ବୋଲି ଅତିଥିମାନେ ପ୍ରକାଶ କରିଥିଲେ।

Advertisment

ଆହୁରି ପଢ଼ନ୍ତୁ: 

ସେହିପରି ସ୍ୱାଗତ ଭାଷଣ ଦେଇ ଏଏସପି ଶ୍ରୀ ପଣ୍ଡା ବର୍ତମାନର ସାଇବର ଠକେଇ ମଧ୍ୟରେ ଡିଜିଟାଲ ଆରେଷ୍ଟ ଠକେଇ, ନିବେଶ ଏବଂ ଟ୍ରେଡିଂ ଠକେଇ, ପାର୍ସଲ/କଷ୍ଟମ୍ସ ଠକେଇ, ସେକ୍ସଟୋର୍ସନ ଫାନ୍ଦ, ନକଲି ଋଣ/ତତ୍କାଳ କ୍ରେଡିଟ୍ ଆପ୍‌, ନକଲି ପରିଚୟ ଏବଂ ଓଟିପି ଠକେଇ, ଚାକିରି ଏବଂ ଘରୁ କାମ କରିବାର ଠକେଇ,ଇ-କମର୍ସ ରିଫଣ୍ଡ/ଅଫର ଠକେଇରେ ବିଭିନ୍ନ ପ୍ରଲୋଭନ ଦେଖାଇ ନିରୀହ ଜନସାଧାରଣଙ୍କୁ ସାଇବର ଠକାମୀର ଶୀକାର କରୁଛନ୍ତି। ତେଣୁ ପ୍ରତିଦିନ ସାଇବର ସୁରକ୍ଷା ପାଇଁ ମୋବାଇଲ ବ୍ୟବହାରକାରୀମାନେ ସତର୍କ ରହିବା ଏବଂ କ୍ଳିକ୍ କରିବା ପୂର୍ବରୁ ଥରେ ଚିନ୍ତା କରିବା, ଓଟିପି, ପିନ୍‌, କିମ୍ବା ବ୍ୟାଙ୍କ ପାସୱାର୍ଡ କେବେ କାହାକୁ ସେୟାର ନ କରିବା, ନିଜ ଡିଭାଇସକୁ ସୁରକ୍ଷିତ ରଖିବା, ସୁରକ୍ଷିତ ବ୍ୟାଙ୍କିଙ୍ଗ ଅଭ୍ୟାସ କରିବା, ସୋସିଆଲ ମିଡିଆରେ ସତର୍କତା ରହିବା, କଲ ଏବଂ ମେସେଜ ଉପରେ ସଚେତନ ହେବା, ସୁରକ୍ଷିତ ଅନଲାଇନ ସପିଂ କରିବା, ବିଶ୍ୱାସ କରିବା ପୂର୍ବରୁ ଯାଂଚ କରିବା ଏବଂ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ କିମ୍ବା ଆର୍ଥିକ କ୍ଷତି ହେଲେ ପ୍ରଥମ ଏକ ଘଂଟା ମଧ୍ୟରେ ଜାତୀୟ ସାଇବର କ୍ରାଇମ ହେଲ୍ପଲାଇନ-୧୯୩୦ରେ ତରୁନ୍ତ ରିପୋର୍ଟ କରିବା ପାଇଁ ସଚେତନତା ବାର୍ତ୍ତା  ଦେଇଥିଲେ।

ଆହୁରି ପଢ଼ନ୍ତୁ: Diwali Unique Tradition : ଅନନ୍ୟ ପରମ୍ପରା; ଗତ ୧୫୫ ବର୍ଷ ଧରି ଜଳୁଥିବା ଚିତା ମଧ୍ୟରେ କରାଯାଉଛି ମା’ କାଳୀଙ୍କ ପୂଜା

ସେହିପରି ଜିଲ୍ଳାପାଳ ଶ୍ରୀ କୁଲକର୍ଣ୍ଣି ଡିଜିଟାଲ ପ୍ଳାଟଫର୍ମକୁ ବହୁଳ ଭାବେ ବ୍ୟବହାର କରୁଥିବା ଯୁବପିଢୀ ସଚେତନ ହେବା ବହୁତ ଜରୁରୀ ବୋଲି କହିଥିବା ବେଳେ ବିଶେଷ କରି ମହିଳାମାନେ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି କହିବା ସହ ପୁଲିସ ପ୍ରଶାସନର ଏହି ଅଭିଯାନରେ ସାମିଲ ହୋଇ ସଫଳ କରିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ସୁଶ୍ରୀ ସ୍ଵାଥୀ ଅଭିଯାନ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତମାନ ଆୟୋଜନ କରାଯାଇଥିବା ଏବଂ ଜିଲ୍ଳାବାସୀଙ୍କୁ ସଚେତନ କରିବା ପାଇଁ ସାଇବର ସୁରକ୍ଷା ସଚେତନତା ରଥର ପରିଭ୍ରମଣ ସୂଚୀ ବିଷୟରେ ଆଲୋକପାତ କରାଇଥିଲେ।

ଆହୁରି ପଢ଼ନ୍ତୁ: Burglary Case: ମନ୍ଦିରରୁ ପୂଜା ସାମଗ୍ରୀ ଚୋରି ଅଭିଯୋଗରେ ୬ ଜଣଙ୍କୁ ବାନ୍ଧିଲା ପୁଲିସ

ଏହି କାର୍ଯ୍ୟକ୍ରମରେ ରାୟଗଡ଼ାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, କଲେଜ ଛାତ୍ରଛାତ୍ରୀ, ସମାଜସେବୀ, ବିଭିନ୍ନ ସଂଗଠନ ସଦସ୍ୟସଦସ୍ୟା, ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଜିଲ୍ଳା ପୁଲିସର ବରିଷ୍ଠ ଅଧିକାରୀ, ବିଭିନ୍ନ ଥାନା ଅଧିକାରୀ ଏବଂ ପୁଲିସ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରାୟଗଡ଼ାର ଘୋଷିକା ବିଦିଶା ଶତପଥୀ ସଂଯୋଜନା କରିଥିଲେ।

cyber-alert | Rayagada

ରିପୋର୍ଟ: ଶିବ ପ୍ରସାଦ ଦୋରା