ଜଗତସିଂହପୁର: ମନ୍ଦିରର ଷ୍ଟୋର ରୁମ୍‌ରୁ ପୂଜା ସାମଗ୍ରୀ ‌ଚୋରି ଅଭିଯୋଗରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧୀନ ପଙ୍କପାଳ ମା’ ଦୁର୍ଗାପୂଜା କମିଟିର ସଭାପତି ଆଶୁତୋଷ କଣ୍ଠଙ୍କ ଅଭିଯୋଗ ଅଭିଯୁକ୍ତମାନେ ଗିରଫ ହୋଇଥିବା ତଦନ୍ତ ଅଧିକାରୀ ତଥା ପୁଲିସ ଏସ୍‌ଆଇ ରଶ୍ମିରଂଜନ ସାହୁ ଏହି ସୂଚନା ଦେଇଛନ୍ତି।  

Advertisment

ଆହୁରି ପଢ଼ନ୍ତୁ: Rahul Gandhi Making Imarti :ଦୀପାବଳି ଅବସରରେ ମିଠା ତିଆରି କଲେ ରାହୁଲ… ଦୋକାନ ମାଲିକ କହିଲେ,‘ ଖୁବଶୀଘ୍ର ସାଂସଦଙ୍କ ବିବାହ ହୋଇଯାଉ’

ପୁଲିସ କହିଛି, ଅଭିଯୁକ୍ତମାନେ ହେଲେ ପାଲତୁ ଓରଫ ସୁବ୍ରତ ଦାସ (୨୮), କାହ୍ନା ଓରଫ ସାଗର ପ୍ରଧାନ (୧୯), ଲିଟୁ ଓରଫ ପ୍ରଭଞ୍ଜନ ନାୟକ, ତପନ ଓରଫ ଜଗନ୍ନାଥ ପରିଡ଼ା (୩୮), ଗୁଣ୍ଡି ଓରଫ ପ୍ରଶାନ୍ତ କୁମାର ସାହୁ (୨୧) , ମାନୁ ଓରଫ ମନୋଜ ପ୍ରଧାନ (୧୯)। ପାଲତୁ ନାମରେ ୧୨ଟି, କାହ୍ନା ନାମରେ ୩ଟି, ଲିଟୁ ନାମରେ ୪, ତପନ ନାମରେ ୬ଟି ଓ ଗୁଣ୍ଡି ନାମରେ ଗୋଟିଏ ପୂର୍ବରୁ ମାମଲା ରହିଛି। ମନୋଜ ନାମରେ କୌରଣି ମାମଲା ନାହିଁ।  

ଆହୁରି ପଢ଼ନ୍ତୁ: Rahul Gandhi's allegations gained weight:ରାହୁଲଙ୍କ ଅଭିଯୋଗ ସତ୍ୟ ପ୍ରମାଣିତ, ମହାରାଷ୍ଟ୍ରରେ ୯୬ ଲକ୍ଷ 'ନକଲି' ଭୋଟର ଥିବା କହିଲେ ରାଜ ଠାକରେ

ଅଭିଯୁକ୍ତମାନଙ୍କ ଠାରୁ ପିତ୍ତଳ ଥାଳି, ଘଣ୍ଟ, ଅଖଣ୍ଡ ଦୀପ, ଉପଚାର ପତ୍ର, ଧୂପଦାନୀ, ଦୀପଷ୍ଟାଣ୍ଡ, ଏଲଇଡି ଲାଇଟ୍‌, ଜେନେରେଟର, ଚାମର ଓ ଅନ୍ୟ ସାମଗ୍ରୀ ଉଦ୍ଧାର ହୋଇଛି। ସେହିପରି ୨ଟି ବାଇକ୍‌ ଓ ଗୋଟିଏ ସାଇକେଲ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି।  

Odisha police 

ରିପୋର୍ଟ: ଶୁଭକାନ୍ତ ପଢ଼ିଆରୀ