ନୂଆଦିଲ୍ଲୀ: ସୋମବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସମସ୍ତ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଚଳିତବର୍ଷ ଦୀପାବଳିକୁ ଏକ ଅନନ୍ୟ ଉପାୟରେ ପାଳନ କରିବା ପାଇଁ ରାହୁଲ ପୁରୁଣା ଦିଲ୍ଲୀର ଏକ ପ୍ରସିଦ୍ଧ ମିଠା ଦୋକାନରେ ଯାଇ ପହଞ୍ଚି ମିଠା ଓ ଜିଲେପି ତିଆରି କରିବା ଆରମ୍ଭ କରିଥିଲେ।

Advertisment

ଅଧିକପଢ଼ନ୍ତୁ: ଦୀପାବଳିରେ ମା’ ରକ୍ତରେ ହୋଲି ଖେଳିଲା ପୁଅ

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ରାହୁଲ ତାଙ୍କର ଏହି ଅନନ୍ୟ ଉପାୟରେ ଦୀପାବଳି ପାଳନର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଭିଡିଓରେ ରାହୁଲ ଗାନ୍ଧୀ ମିଠା ଦୋକାନ ମାଲିକଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ ରାହୁଲ ଦୋକାନରେ ଛିଡ଼ା ହୋଇ ବେସନ ଲଡୁ ତିଆରି କରିବା ସହିତ ଜିଲେପି ଛାଣୁ ଥିବା ଦେଖିବାକୁ ମିଳୁଛି।

ଅଧିକପଢ଼ନ୍ତୁ:ଅଭିଶପ୍ତ ଗାଁ: ଦଶନ୍ଧି ଧରି ପାଳନ କରାଯାଇ ନାହିଁ ଦୀପାବଳି

ପୁରୁଣା ଦିଲ୍ଲୀର ଏହି ପ୍ରସିଦ୍ଧ ମିଠା ଦୋକାନର ମାଲିକ ଦୀପାବଳି ଅବସରରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭେଟି କହିଥିଲେ ଯେ ସମସ୍ତେ ଏବେ ରାହୁଲଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ରାହୁଲ ଗାନ୍ଧୀ ଶୀଘ୍ର ବିବାହ କରିବା ନେବା ଉଚିତ।

Rahul Gandhi Making Besan Ladoo