ଚଣ୍ଡିଗଡ଼: ଦୀପାବଳିର ଆନନ୍ଦ ଉଲ୍ଲାସ ଉତ୍ସବ ମଧ୍ୟରେ ସୋମବାର ଚଣ୍ଡିଗଡ଼ରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ପୁଅ ମାଆଙ୍କୁ ଛୁରୀରେ ଗଳା କାଟି ନିର୍ମମ ଭାବରେ ହତ୍ୟା କରିଛି। ମୃତ ମାଆଙ୍କ ନାମ ସୁଶୀଳା ନେଗି ବୟସ ୩୯ବର୍ଷ ଥିବା ବେଳେ ସେ ସେକ୍ଟର ୪୦ ଅଞ୍ଚଳରେ ବସବାସ କରୁଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ସୁଶୀଳା ନେଗି ମୂଳତଃ ଉତ୍ତରାଖଣ୍ଡର ପାଉରି ଗଡ଼ୱାଲର ବାରସୋ ଭାଟୋଲିର ବାସିନ୍ଦା। କିନ୍ତୁ ସେ ତାଙ୍କ ପୁଅ ସହିତ ସେକ୍ଟର ୪୦ ଅଞ୍ଚଳରେ ବସବାସ କରୁଥିଲେ।
ସୋମବାର ସକାଳେ (ଦୀପାବଳି ଦିନ) ପଡ଼ୋଶୀମାନେ ଘର ଭିତରୁ ସୁଶୀଳାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ପଡ଼ୋଶୀମାନେ ସୁଶୀଳାଙ୍କ ଘରର ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ କିନ୍ତୁ ଫାଟକ ଭିତର ପାର୍ଶ୍ବରୁ ବନ୍ଦ ଥିଲା ଏବଂ କେହି ଉତ୍ତର ଦେଇ ନଥିଲେ।
କିଛି ଉପାୟ ନପାଇ ପଡ଼ୋଶୀ ଛାତ ଉପରକୁ ଧାଇଁ ଯାଇ ଘର ଭିତରକୁ ପ୍ରବେଶ କରିଥିଲେ। ଘରେ ସୁଶୀଳା ନେଗିଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ିଥିବା ପଡୋଶୀମାନେ ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ସେମାନେ ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ।
ସୂଚନା ପାଇବା ପରେ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମା’କୁ ପୁଅ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ ସନ୍ଦେହ କରୁଛି।
ଅଧିକପଢ଼ନ୍ତୁ:ରୋଜଗାର କରୁଥିବା ସ୍ତ୍ରୀଙ୍କୁ ଭରଣପୋଷଣ ଦିଆଯାଇପାରିବ ନାହିଁ ବୋଲି ରାୟ ଦେଲେ ଦିଲ୍ଲୀ ହାଇକୋର୍ଟ
ପୁଲିସର ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ମା’ ହତ୍ୟାକାରୀ ପୁଅ ମାନସିକ ବିକାରଗ୍ରସ୍ତ ବୋଲି କୁହାଯାଉଛି। ଘଟଣାସ୍ଥଳରୁ ହତ୍ୟା ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରାଯାଇଛି। ପୁଲିସ କାବେରୀଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ହତ୍ୟାକରୀ ପୁଅକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।
chandigarh mother killed son