ବିହାର: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ନିର୍ବାଚନ କମିଶନ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ନିର୍ବାଚନ କମିଶନ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ "ଭବିଷ୍ୟତର ଭୋଟର ଆଇକନ୍" ଭାବରେ ମନୋନୀତ କରିଛନ୍ତି। 

Advertisment

ସୂର୍ଯ୍ୟବଂଶୀ ଲୋକଙ୍କୁ ଭୋଟ ଦେବାକୁ ଅନୁରୋଧ କରୁଥିବାର ଏକ ଭିଡିଓ ନିର୍ବାଚନ କମିଶନର ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରାଯାଇଛି।ବିହାର ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ନଭେମ୍ବର ୬ ତାରିଖରେ ଓ ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୧୧ତାରିଖରେ ଅନୁଷ୍ଠିତ ହେବ। 

ଅଧିକପଢ଼ନ୍ତୁ:ଉଦାହରଣ ପାଲଟିଲେ ଶିଶୁ: ହେଲପଲାଇନ ନମ୍ବରକୁ ଫୋନ କରି କହିଲେ, ‘ମୋ ମା’ ଅସୁସ୍ଥ ଶୀଘ୍ର ଆମ୍ବୁଲାନ୍ସ ପଠାଅ’

ଜନସାଧାରଣଙ୍କୁ ଭୋଟର ଗୁରୁତ୍ୱ ଜଣାଇବା ସହିତ ଭୋଟ ଦେବା ପାଇଁ ସଚେତନ କରିବା ଦିଗରେ ନିର୍ବାଚନ କମିଶନ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କୁ ଆଇକନ ଭାବରେ ବ୍ୟବହାର କରନ୍ତି। ତେଣୁ, ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯାଇଛି।

ବିହାର ନିର୍ବାଚନରେ ଏକ ବଡ଼ ଦାୟିତ୍ୱ କାନ୍ଧକୁ ନେଇ ବୈଭବ କହିଛନ୍ତି, "ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସାଲ୍ୟୁଟ୍ କରୁଛି।  ମୁଁ ଯେତେବେଳେ କ୍ରିକେଟ ପଡ଼ିଆକୁ ଓହ୍ଲାଇଥାଏ ସେହି ସମୟରେ ମୋର ପ୍ରଥମ କାମ ଓ ଲକ୍ଷ୍ୟ ହୋଇଥାଏ କେମିତି ଭଲ ଖେଳିବି ଏବଂ ମୋ ଦଳକୁ ଜିତାଇବା। 

ଅଧିକପଢ଼ନ୍ତୁ:୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କଲା ଆରଜେଡି

ସେହିପରି, ଗଣତନ୍ତ୍ର କ୍ଷେତ୍ରରେ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ କାମ ହେଉଛି ଭୋଟ ଦେବା। ତେଣୁ ଜଣେ ସଚେତନ ନାଗରିକ ହୁଅନ୍ତୁ। ବିଧାନସଭା ନିର୍ବାଚନରେ ଭୋଟ ଦିଅନ୍ତୁ।"

vaibhav-suryavanshi Bihar Election