ସାତକାଣିଆ ଛକରୁ ଜବରଦଖଲ ଉଚ୍ଛେଦ, ମାଟିରେ ମିଶିଲା ୬ ଦୋକାନ

Advertisment
ସାତକାଣିଆ ଛକରୁ ଜବରଦଖଲ ଉଚ୍ଛେଦ, ମାଟିରେ ମିଶିଲା ୬ ଦୋକାନ

ବାଲିଅନ୍ତା: ବାଲିଅନ୍ତା ତହସିଲ ପ୍ରତାପଶାସନ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନ ସାତକାଣିଆ ଛକ ନିକଟରେ ଶହେ ମିଟର ପର୍ଯ୍ୟନ୍ତ ରାସ୍ତାରୁ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି। ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ,ପ୍ରତାପଶାସନ ରାଜସ୍ବ ନିରୀକ୍ଷକ ସାରଦା ପତି ଓ ସ୍ଥାନୀୟ ସରପଞ୍ଚ ରୀନା ବେହେରା ପ୍ରମୁଖ ୧ ପ୍ଳାଟୁନ ପୁଲିସ ଫୋର୍ସ ନେଇ ଜବରଦଖଲ ଉଚ୍ଛେଦ କରିଥିଲେ। ରାସ୍ତାକୁ ମାଡ଼ି ନିର୍ମିତ ହୋଇଥିବା ଏକାଧିକ ପାନ ଦୋକାନ, ଜଳଖିଆ , ମାଛ ଓ ଚିକେନ ଏବଂ ଫାଷ୍ଟଫୁଡ଼ ଦୋକାନ ଆଦି ଡୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା।

ଉଚ୍ଛେଦ ବେଳେ କୌଣସ ଅପ୍ରୀତିକର ପରିସ୍ଥିତି ଉପୁଜିନଥିଲା। ଅବଶିଷ୍ଟ ସାଇଫନ ଛକ ରାସ୍ତାର ୨୦୦ ମିଟର ପର୍ଯ୍ୟନ୍ତ ରାସ୍ତାରୁ ଆସନ୍ତା ସପ୍ତାହରେ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ତହସିଲଦାର କହିଛନ୍ତି। ସୂଚନା ଅନୁସାରେ ବାଳକାଟି ପୂରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାରୁ ଝିଣ୍ଟିଶାସନ ଗ୍ରାମ ଉନ୍ନୟନ ରାସ୍ତା ଦୀର୍ଘବର୍ଷ ଧରି ଜବର ଦଖଲକାରୀଙ୍କ କବଜାରେ ରହିଛି। ଯାହାଫଳରେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ସମସ୍ୟା ଉପୁଜୁଛି। ରାସ୍ତା ସଂକୀର୍ଣ୍ଣ ଯୋଗୁ ଅଧିକାଂଶ ସମୟରେ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି। ଉକ୍ତ ରାସ୍ତାକୁ ଚଢ଼ଡ଼ା କରିବା ନେଇ ଜବରଦଖଲ ଉଚ୍ଛେଦ ନିହାତି ଆବଶ୍ୟକ ହୋଇପଡ଼ିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe