ଉତ୍ତମ ବିଦ୍ୟୁତ ସେବା ପରିଚାଳନା କ୍ଷେତ୍ରରେ ୨୫୦ ସେକ୍ସନ ମଧ୍ୟରେ ବାଲିପାଟଣା କାର୍ଯ୍ୟାଳୟ ଯନ୍ତ୍ରୀ ଶ୍ରେଷ୍ଠ 

Advertisment
ଉତ୍ତମ ବିଦ୍ୟୁତ ସେବା ପରିଚାଳନା କ୍ଷେତ୍ରରେ ୨୫୦ ସେକ୍ସନ ମଧ୍ୟରେ ବାଲିପାଟଣା କାର୍ଯ୍ୟାଳୟ ଯନ୍ତ୍ରୀ ଶ୍ରେଷ୍ଠ 

ବାଲିପାଟଣା: ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ (ଟିଡିପିସିଏଲ) ତରଫରୁ ନିମାପଡା ଡିଭିଜନ ଅଧୀନ ବାଲିପାଟଣା ସେକ୍ସନ ଯନ୍ତ୍ରୀ ମଦନ ମୋହନ ଜେନାଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇଛି। ଉପୋଭୋକ୍ତାଙ୍କୁ ୨୪ ଘଣ୍ଟା ଉତ୍ତମ ବିଦ୍ୟୁତ ସେବା ପ୍ରଦାନ କରିବା, ତ୍ରୁଟି ପୂର୍ଣ ବିଦ୍ୟୁତର ଜରୁରୀ ମରାମତି, ବିଦ୍ୟୁତ କ୍ଷତି କମାଇବା, ଷ୍ଟାଫଙ୍କ ଲାଗି ସେପ୍ଟଟ ଜୋତା, ହ୍ୟାଣ୍ଡ ଗ୍ଲୋବସ, ହେଲମେଣ୍ଟ ପ୍ରଭୃତି କ୍ଷେତ୍ରରେ ତାଙ୍କ ପାରଦର୍ଶିତା ପାଇଁ ବିଭାଗ ତରଫରୁ ଶ୍ରୀ ଜେନାଙ୍କୁ ମାନପତ୍ର ସହ ସନ୍ନମାନିତ କରାଯାଇଛି।

କଟକ, ପୁରୀ, ନୟାଗଡ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, ଜଗସିଂହପୁର, କେନ୍ଦ୍ରାପଡା, ଯାଜପୁର (ଅଧେ) ୯ ଟି ଜିଲ୍ଲାର ପାଖାପାଖି ୨୫୦ ସେକ୍ସନ ମଧ୍ୟରେ ବାଲିପାଟଣା ସେକ୍ସନ ଯନ୍ତ୍ରୀ ଶ୍ରୀ ଜେନାଙ୍କୁ ଏହି ସମ୍ମାନ ମିଳିଛି। ଗତକାଲି ଭୁବନେଶ୍ୱର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରେ ସଭା ଆୟୋଜନ ହୋଇଥିଲା।  ଉକ୍ତ ସଭାରେ କର୍ପୋରେଟର ଅଫିସ ଏଚଆର ବୁଧିସ ବେହେରା, ଜିଏମ ମନୋଜ ସିଂ, ଏସଇ ଜିତେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe