ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାକୁ ଏନ୍ଏସି ମାନ୍ୟତା ଦାବିରେ ପୂର୍ବରୁ ବହୁବାର ଦାବି ଆନ୍ଦୋଳନ ହୋଇଥିଲା। ହେଲେ ଗତକାଲିର ଘୋଷଣାରେ ମଧ୍ୟ ବଙ୍ଗୋମୁଣ୍ଡାର ନାମ ନଥିବାରୁ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ବ୍ଲକ୍ କାର୍ଯ୍ୟାଳୟ ଆଗରେ ପୁଣି ଆନ୍ଦୋଳନ ଆରମ୍ଭ ହୋଇଛି। ଅଜିତ ଯୋଶୀଙ୍କ ନେତୃତ୍ୱରେ ସନ୍ତୋଷ ତ୍ରିପାଠୀ, କେଶବ ନାରାୟଣ ଜୈନ, ରୟାଲ ଜୈନ ପ୍ରମୁଖ ଅନଶନରେ ବସିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କଳ୍ପେନ୍ଦ୍ର ସରାଫ, ଆନନ୍ଦ ଜୈନ, ବିଜୟକୁମାର ଅଗ୍ରୱାଲ, ବିନେସ କିଷାନ, ଦୈତାରି ଯୁଗନିଆ, ସୁନିଶ ପ୍ରଧାନୀ, ଝସକେତନ ମେହେର, ବିନୀତ ଜୈନ, ବିଦ୍ୟୁତ ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ବଙ୍ଗୋମୁଣ୍ଡାକୁ ଏନ୍ଏସି ଘୋଷଣା କରାନଯିବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।
ପୁଣି ତେଜିଲା ବଙ୍ଗୋମୁଣ୍ଡାକୁ ଏନ୍ଏସି ମାନ୍ୟତା ଦାବି; ବ୍ଲକ୍ ଅଫିସ୍ ଆଗରେ ଅନଶନ
Advertisment
Follow Us