ଜୟପୁରରେ ବ୍ୟାଙ୍କ୍‌ ଲୁଟ୍‌ ଉଦ୍ୟମ

ଜୟପୁରରେ ବ୍ୟାଙ୍କ୍‌ ଲୁଟ୍‌ ଉଦ୍ୟମ

ଜୟପୁର/ବୋରିଗୁମା : ବୋରିଗୁମା କୋଟପାଡ଼ ରୋଡରେ ଥିବା ଦୋରା କମ୍ପ୍ଲେକ୍ସ ପରିସରରୁ କିଛି ଦୁର୍ବୃତ୍ତ ବ୍ୟାଙ୍କ୍‌ ଲୁଟ ଉଦ୍ୟମ କରିଛନ୍ତି। ଦୋରା କମ୍ପ୍ଲେକ୍ସ ପରିସରରେ ଥିବା ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ଏଟିଏମ୍‌କୁ ଏକାଧିକ ଦୁର୍ବୃତ୍ତ ଭାଙ୍ଗିଥିବା ଅଭିଯୋଗ ହୋଇଛି। ରାତି ପ୍ରାୟ ୧୦ଟା ସମୟରେ କିଛି ଦୁର୍ବୃତ୍ତ ଆସି ଏଟିଏମ୍‌କୁ ଭାଙ୍ଗି ଲୁଟ୍‌ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ସକାଳୁ ଖବର ପାଇ ବୋରିଗୁମା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗତ ୪ ମାସ ତଳେ ଉମୁରି ନିକଟରେ ଥିବା ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ର ଏକ ଏଟିଏମ୍‌ରୁ କିଛି ଦୁର୍ବୃତ୍ତ ଲୁଟ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe