ବ୍ୟାଙ୍କ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକରୁ ଗୁଳି ଫୁଟି ମହିଳା କର୍ମଚାରୀ ଗୁରୁତର

Advertisment
ବ୍ୟାଙ୍କ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକରୁ ଗୁଳି ଫୁଟି ମହିଳା କର୍ମଚାରୀ ଗୁରୁତର

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅନ୍ତର୍ଗତ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଗଣ୍ଡମୁଣ୍ଡା ଶାଖାରେ ସୋମବାର ଗୁଳିକାଣ୍ଡ ଘଟି ଜଣେ ବ୍ୟାଙ୍କ କର୍ମଚାରୀ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ କରୁଣାକର ସାହୁ ଧରିଥିବା ବନ୍ଧୁକରୁ ଅଜଣତରେ ଗୁଳି ଫୁଟି ଯାଇଥିଲା। ଏହି ଗୁଳି ବ୍ୟାଙ୍କର ଜଣେ ମହିଳା କର୍ମଚାରୀ ଅର୍ପିତା ସିଂହଙ୍କ ଶରୀରରେ ବାଜିଥିଲା । ଫଳରେ ସେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିକ୍ୟୁରିଟି ଗାର୍ଡଙ୍କ ଅସାବଧାନତା ହେତୁ ଏପରି ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe