ଆଳି ବାର୍ ଆସୋସିଏସନ ନିର୍ବାଚନ: ପ୍ରମୋଦ ସଭାପତି ନୃସିଂହ ସଂପାଦକ ନିର୍ବାଚିତ

Advertisment
ଆଳି ବାର୍ ଆସୋସିଏସନ ନିର୍ବାଚନ: ପ୍ରମୋଦ ସଭାପତି ନୃସିଂହ ସଂପାଦକ ନିର୍ବାଚିତ

ଆଳି: ପୂର୍ବ ନିର୍ଘଣ୍ଟ ଅନୁଯାୟୀ ଆଜି ଆଳି ବାର୍ ଆସୋସିଏସନ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆଜିର ନିର୍ବାଚନରେ ଆଡଭୋକେଟ ପ୍ରମୋଦ ରାୟ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଆଡଭୋକେଟ ନୃସିଂହ ଚନ୍ଦ୍ର ଦିକ୍ଷିତ ସଂପାଦକ ଭାବରେ ନିର୍ବାଚିତ ହୋଇଛନ୍ତି। ସଭାପତି ଶ୍ରୀ ରାୟ ୬ଷ୍ଠ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ସେହିପରି ସଂପାଦକ ଶ୍ରୀ ଦିକ୍ଷିତ ନିଜର ସାଂଗଠନିକ ସାମର୍ଥ୍ୟ ଯୋଗୁଁ ୨୦୧୮ରୁ ଲଗାତର ୩ ପାଳି ସଂପାଦକ ଭାବେ ବିଜୟ ହାସଲ କରିଥିବା ବେଳେ ଚଳିତ ନିର୍ବାଚନରେ ପଞ୍ଚମ ଥର ପାଇଁ ଆଳି ବାର୍ ଆସୋସିଏସନର ସଂପାଦକ ନିର୍ବାଚିତ ହୋଇଛନ୍ତି। ବାର ଆସୋସିଏସନର ଅନ୍ୟ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଆଡଭୋକେଟ ସୁଶାନ୍ତ ଦିକ୍ଷିତ ଉପସଭାପତି, ପ୍ରଶାନ୍ତ ସାମଲ ଯୁଗ୍ମ ସଂପାଦକ, ପ୍ରଦୀପ ଦାସ ଲାଇବ୍ରେରିୟାନ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ପରିଚାଳନା ଅଧିକାରୀ ଆଡଭୋକେଟ ଶରତ ମହାନ୍ତି ଓ ଆଡଭୋକେଟ ରାଧାକାନ୍ତ ବିଶ୍ବାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe