ନିର୍ବାଚନୀ ଯାଞ୍ଚ: ସୀମାନ୍ତ ରୁଚିଦାରୁ ଦେଢ଼ ଲକ୍ଷ ଟଙ୍କା ଜବତ

Advertisment
ନିର୍ବାଚନୀ ଯାଞ୍ଚ: ସୀମାନ୍ତ ରୁଚିଦାରୁ ଦେଢ଼ ଲକ୍ଷ ଟଙ୍କା ଜବତ

ଅମ୍ବାଭୋନା: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ର ସୀମାନ୍ତ ରୁଚିଦା ନାକା ପୋଷ୍ଟଠାରେ ସୋମବାର ପୁଲିସ୍‌ର ଚେକିଂ ଚାଲିଥିବା ବେଳେ ଛତିଶଗଡ଼ ରାଜ୍ୟ ଚିରରା ଗ୍ରାମର ବିଜୟ ସାହୁ (୩୧ବର୍ଷ)ଙ୍କଠାରୁ ଦେଢ଼ଲକ୍ଷ ଟଙ୍କା ଜବତ ହୋଇଛି। ସେ କେଉଁ ଉଦ୍ଦେଶ୍ୟରେ ଏତେ ଟଙ୍କା ଧରି ଯାଉଥିଲା ତା’ର ହିସାବ ଦେଇପାରି ନଥିବାରୁ ପୁଲିସ ଟଙ୍କା ଜବତ କରିଥିବା ଜଣାପଡ଼ିଛି।

ଅମ୍ବାଭୋନା ଥାନାଧିକାରୀ ବିପିନ ବାଗଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ସତ୍ୟାନନ୍ଦ ଭୋଇ ଏବଂ ପୁଲିସ କର୍ମଚାରୀ ଏହି ଚେକିଂ ସମୟରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe