୧୦୮ ଆମ୍ବୁଲାନ୍‌ସ ଧକ୍କାରେ ୩ ଆହତ

Advertisment
୧୦୮ ଆମ୍ବୁଲାନ୍‌ସ ଧକ୍କାରେ ୩ ଆହତ

ବରପାଲି: ସ୍ଥାନୀୟ ଗୋପେଇପାଲି ସିମେଣ୍ଟ ବ୍ରିକ୍ସ କାରଖାନା ନିକଟରେ ସୋମବାର ୧୦୮ ଆମ୍ବୁଲାନ୍‌ସ ଧକ୍କାରେ ୩ ଜଣ ଆହତ ହୋଇଥିବା ବେଳେ ସୋମନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ରହିଛି। ମିଳିଥିବା ସୂଚନାନୁସାରେ ବରପାଲି ବ୍ଲକ୍‌ ବାଞ୍ଜିପାଲି ଗାଁର ଅଶୋକ ରଣା (୪୦) ପତ୍ନୀ ଲାବଣ୍ୟ ରଣା ଓ ଝିଅ ଭାରତୀ (୪)ଙ୍କୁ ନେଇ ବାଇକ୍‌ (ସିଜି ୦୬-୬୫୧୨)ରେ ଗାଁରୁ ବରପାଲି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିଲେ। ତେବେ ଉପରୋକ୍ତ ସ୍ଥାନରେ ସେମାନଙ୍କୁ ଏକ ୧୦୮ ଆମ୍ବୁଲାନ୍‌ସ ପଛପଟୁ ଧକ୍କା ଦେଇଥିଲା। ଫଳରେ ଗାଡ଼ି ସହ ସମସ୍ତେ ରାସ୍ତା ଉପରେ ଛିଟିକି ପଡ଼ି ଆହତ ହୋଇଥିଲେ।

ସେମାନଙ୍କ ମଧ୍ୟରୁ ଶ୍ରୀ ରଣା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିଲା। ରାସ୍ତାରେ ଯାଉଥିବା ଲୋକେ ସେମାନଙ୍କୁ ଉଦ୍ଧାର କରି ବରପାଲି ଡାକ୍ତରଖାନାକୁ ଆଣିବା ସହ ପୁଲିସ୍‌କୁ ଖବର ଦେଇଥିଲେ। ଅନ୍ୟପଟେ ଧକ୍କା ଦେବା ପରେ ଆମ୍ବୁଲାନ୍‌ସଟି ଫେରାର୍‌ ହୋଇଯାଇଥିବାରୁ ତାହା କେଉଁ ଅଂଚଳର ଥିଲା ତାହା ଜଣାପଡ଼ି ନାହିଁ। ଅବସ୍ଥା ଗୁରୁତର ଥିବାରୁ ଶ୍ରୀ ରଣାଙ୍କୁ ବରଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe