ବରଗଡ଼: ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ହାଟପଦାସ୍ଥିତ ରାଜଦରବାରରେ ଉଦ୍ଘାଟନ ହୋଇଛି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏହାକୁ ଉଦ୍ଘାଟନ କରିଛନ୍ତି। ଏଥି ସହିତ ୧୧ ଦିନ ଚାଲିବାକୁ ଥିବା ଧନୁଯାତ୍ରାରେ ମହାରାଜ କଂସଙ୍କ ରାଜୁତି ଆରମ୍ଭ ହୋଇଯାଇଛି। ଦ୍ବାପରଯୁଗରେ ଭଗବାନ କୃଷ୍ଣ କରିଥିବା ଲୀଳାଖେଳାକୁ ଆଧାର କରି ପୌରାଣିକ କଥାବସ୍ତୁ ଉପରେ ବରଗଡ଼କୁ ମଥୁରାନଗରୀ ଭାବେ ଉପସ୍ଥାପନା କରାଯାଇଛି। ସେହିପରି ଅମ୍ବାପାଲି ଗୋପପୁରରେ ପରିଣତ ହୋଇଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ କଂସଙ୍କ ଅଟ୍ଟହାସ୍ୟ ଓ ଆଦେଶରେ ଥରହର ମଥୁରାନଗରୀ ହେବ। ଧନୁଯାତ୍ରା ପାଇଁ ଲୋକଙ୍କ ମନରେ ଉତ୍ସାହ ଦେଖାଯାଇଛି।
ଏହି ଖବର ପଢ଼ନ୍ତୁ: ରାଜ୍ୟରେ ଶୀତଲହରୀ ଜାରି: ଦୁଇ ଦିନ ପରେ ପାରା ୩ଡିଗ୍ରି କମିବା ସମ୍ଭାବନା
ମହାରାଜ କଂସଙ୍କ ପାଇଁ ରାଜଦରବାର ପ୍ରସ୍ତୁତ ହୋଇଛି। ମହାରାଜ କଂସଙ୍କ ରାଜମୁକୁଟ ବି ପ୍ରସ୍ତୁତ ହୋଇସାରିଛି। ଏଥିସହ ମହାରାଜାଙ୍କ ହସ୍ତୀ ଓ ମହାମନ୍ତ୍ରୀଙ୍କ ସହ ଅନ୍ୟ ପାରିଷଦଙ୍କ ପାଇଁ ଓଟ, ଘୋଡ଼ାଗାଡ଼ି ଆଦି ସବୁ ସେବାରେ ଲାଗିବାକୁ ପ୍ରସ୍ତୁତ ହୋଇଯାଇଛି। ବରଗଡ଼ବାସୀ ସେହି ଦ୍ୱାପର ଯୁଗକୁ ଫେରିଯାଇଛନ୍ତି କହଲେ ଅତ୍ୟୁକ୍ତି ହେବ ନାହିଁ। ୮ କିମି ପରିଧି ମଧ୍ୟରେ ୩ଟି ଦରବାର (ରାଜଦରବାର, ରଙ୍ଗମହଲ, ନନ୍ଦରାଜାଙ୍କ ଦରବାର) ଓ ୧୮ଟି ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଅଭିନୀତ ହେଉଛି। ଏଥର ଯାତ୍ରାକୁ ଖୁବ ଆକର୍ଷଣୀୟ କରାଯିବାକୁ ନିଷ୍ପତ୍ତି ହୋଇଛି।
ଏହି ଖବର ପଢ଼ନ୍ତୁ: ଧନୁଯାତ୍ରା ପାଇଁ ଏକ କୋଟି: ୧୭୦ ଜଣ କଳାକାରଙ୍କୁ ୧୦ ହଜାର ଲେଖାଏଁ
ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। ଏଥି ସହିତ ବରଗଡ଼ରେ ମହାରାଜ କଂସଙ୍କ ଏକାଦଶ ଦିବସୀୟ ରାଜୁତି ଆରମ୍ଭ ହୋଇଯାଇଛି। ଏଥର ଯାତ୍ରାକୁ ଖୁବ ଆକର୍ଷଣୀୟ କରାଯିବାକୁ ନିଷ୍ପତ୍ତି ହୋଇଛି।
ଏହି ଖବର ପଢ଼ନ୍ତୁ: ବରଗଡ଼ ଧନୁଯାତ୍ରା: ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ
ଧନୁଯାତ୍ରା ପାଇଁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସବୁ ଜାଗାରେ ପୁଲିସ ଫୋର୍ସ ମୁତୟନ ରହିଛନ୍ତି। ଏହାସହ ସାରା ସହର ସିସିଟିଭି ନଜରରେ ରହିବ ବୋଲି ପ୍ରହଲ୍ଲାଦ ସାହାଇ ମୀନା ସୂଚନା ଦେଇଛନ୍ତି। ଉଦ୍ଘାଟନୀ ଦିବସରେ ଅପରାହ୍ଣ ୨ଟାରେ ଗାନ୍ଧୀଛକରୁ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହି ଅବସରରେ ଅତିଥି ରୂପେ ସ୍ଥାନୀୟ ଜିଲ୍ଲାର ବିଧାୟକଗଣ, ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଏସ୍ପି ପ୍ରହଲ୍ଲାଦ ସାହାଇ ମୀନା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ରାମଜୀମନ୍ଦିରରେ ଦେବକୀ ଓ ବସୁଦେବଙ୍କ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମହାରାଜ କଂସଙ୍କ ସିଂହାସନ ଆରୋହଣ ଆଦି କାର୍ଯ୍ୟସୂଚୀ ରହିଛି।
ଏହି ଖବର ପଢ଼ନ୍ତୁ: ‘ଆପ୍’କୁ ’ଆପଦା’ କହିଲେ ପ୍ରଧାନମନ୍ତ୍ରୀ ମୋଦୀ