ଭୁବନେଶ୍ବର/ବରଗଡ଼: ଆଉ ମାତ୍ର ୫ ଦିନ ପରେ ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇଯିବ। ଆସନ୍ତା ୩ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଏହି ୧୧ ଦିବସୀୟ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ମୁକ୍ତାକାଶ ରଂଗମଞ୍ଚ ପୁଣି ଥରେ ମହାରାଜ କଂସଙ୍କ ସଂଳାପରେ ଗଗନ ପବନ ପ୍ରକମ୍ପିତ ହେବ। ବରଗଡ଼ରେ ମହାରାଜ କଂସଙ୍କ ରାଜୁତି ଚାଲିବ। ଏହି ଯାତ୍ରାକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି।
ଏହି ଖବର ପଢ଼ନ୍ତୁ: ଧାନ ବ୍ୟତୀତ ଅନ୍ୟ ଫସଲ କ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ଦିଆଯିବ: ମୁଖ୍ୟମନ୍ତ୍ରୀ
ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା ଲାଗି ରାଜ୍ୟ ସରକାର ଅନୁଦାନ ରାଶି ବଢ଼ାଇଛନ୍ତି। ପୂର୍ବରୁ ଏହି ଯାତ୍ରା ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ମିଳୁଥିବା ବେଳେ ଏଥର ଏହାକୁ ବଢ଼ାଇ ୧ କୋଟିକୁ କରିଛନ୍ତି। ଏହି ବର୍ଦ୍ଧିତ ଅନୁଦାନ ପାଇଁ ପ୍ରମୁଖ ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ମିଳିବ। ଧନୁଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ ହୋଇଛି। ସେହିପରି ଧନୁଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ଲାଗି ସରକାର ସ୍ୱତନ୍ତ୍ର ୱେବସାଇଟ୍ ନିର୍ମାଣ କରୁଥିବା ବେଳେ ରାଜ୍ୟବ୍ୟାପି ଏଲ୍ଇଡି ପରଦାରେ ଧନୁଯାତ୍ରାର ସିଧାପ୍ରସାରଣ ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି।
ଏହି ଖବର ପଢ଼ନ୍ତୁ: ଭୁବନେଶ୍ବରରେ ସିରିଜ ଦୁର୍ଘଟଣା: ଏକାଧିକ ବ୍ୟକ୍ତି ଆହତ, ଚାପା ଉତ୍ତେଜନା ଜାରି
ପ୍ରମୁଖ ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ମିଳିବ। ଧନୁଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ କରିବାକୁ ସରକାର ଯୋଜନା କରିଛନ୍ତି। ସେହିପରି ଧନୁଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ଲାଗି ସ୍ୱତନ୍ତ୍ର ୱେବସାଇଟ୍ ନିର୍ମାଣ କରୁଥିବା ବେଳେ ରାଜ୍ୟବ୍ୟାପି ଏଲ୍ଇଡି ପରଦାରେ ଧନୁଯାତ୍ରାର ସିଧାପ୍ରସାରଣ ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି।
ଏହି ଖବର ପଢ଼ନ୍ତୁ: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପ୍ରସ୍ତୁତି ସମୀକ୍ଷା ବୈଠକ
ମୁଖ୍ୟମନ୍ତ୍ରୀ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା-୨୦୨୫ ଦେଖିବେ। ଏହା ପୁଣି ଦୀର୍ଘ ବର୍ଷର ବ୍ୟବଧାନ ପରେ। ବରଗଡ଼ର ଧନୁଯାତ୍ରା ଦେଖିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୮ ତାରିଖରେ ନିଜେ ଘୋଷଣା କରିଛନ୍ତି। ବରଗଡ଼ ଜିଲ୍ଲା ସୋହେଲା ଠାରେ ଇନ୍ପୁଟ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ ଅବସରରେ ସେ ଏହି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବରଗଡ଼ ଧନୁଯାତ୍ରା କମିଟି ମହଲରେ ଖୁସିର ଲହରି ଦେଖାଯାଇଛି। ଏହାର କାରଣ ହେଲା ଦୀର୍ଘ ୨୩ ବର୍ଷର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ଧନୁଯାତ୍ରାରେ ଯୋଗଦେବେ। ବରଗଡ଼ ଧନୁଯାତ୍ରାରେ ଶେଷଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ୨୦୦୨ରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ୧୯୯୩ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ୧୯୭୦ରେ ରାଜେନ୍ଦ୍ର ନାରାୟଣ ସିଂହଦେଓ ବରଗଡ଼ ଧନୁଯାତ୍ରାରେ ଯୋଗ ଦେଇଥିଲେ।
ଏହି ଖବର ପଢ଼ନ୍ତୁ: ବରଗଡ ଧନୁଯାତ୍ରା; ଶ୍ରୀକୃଷ୍ଣ ସ୍ୱପ୍ନିଳ, ରାଧା ସାଇନା ଓ ବଳରାମ ଦିବ୍ୟାଂଶୁ