ବରଗଡ: ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା-୨୦୨୫ରେ ଅଭିନୟ ପାଇଁ ୩ ଜଣ ଶିଶୁ କଳାକାରଙ୍କୁ ଚୟନ କରାଯାଇଛି। ମନୋନୀତ ତିନି ଶିଶୁ କଳାକାର କୃଷ୍ଣ, ବଳରାମ ଓ ରାଧା ଭୂମିକାରେ ଅଭିନୟ କରିବେ। ଏଥର ଶ୍ରୀକୃଷ୍ଣ ଭୂମିକାରେ ସ୍ୱପ୍ନିଳ ମହାପାତ୍ର, ରାଧା ଭୂମିକାରେ ସାଇନା ପ୍ରଧାନ ଓ ବଳରାମ ଭୂମିକାରେ ଦିବ୍ୟାଂଶୁ ବିର୍ତ୍ତିଆ ଅଭିନୟ କରିବେ। 

Advertisment

ଏହି ଖବର ପଢ଼ନ୍ତୁ: ଭୁବେନଶ୍ବର ପ୍ରଧାନଙ୍କ ନାମରେ ମୋହର ମାରିଲା ଚୟନ କମିଟି

ଧନୁଯାତ୍ରାରେ କୃଷ୍ଣ, ବଳରାମ ଓ ରାଧା ଭୂମିକାରେ ଅଭିନୟ କରିବାକୁ ଶିଶୁ କଳାକାରଙ୍କୁ ଚୟନ କରାଯାଇଥାଏ।

ଏହି ଖବର ପଢ଼ନ୍ତୁ: ଆଇନ ବ୍ୟବସ୍ଥାକୁ ସହଜ କରିପାରିଲେ ଗରିବ ଲୋକ ଉପକୃତ ହେବେ

ବରଗଡ଼ ଧନୁଯାତ୍ରା ପାଇଁ ଅମ୍ବାପାଲି, ଗୋପପୁର କମିଟି ଦ୍ବାରା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲାl ଏଥର ଧନୁଯାତ୍ରାରେ କୃଷ୍ଣ, ବଳରାମ ଓ ରାଧା ଚୟନ ପାଇଁ ଛୋଟଛୋଟ  ଶିଶୁ କଳାକାରଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କରାଯାଇଥିଲାl ଆଉ ଶେଷରେ ଅଭିନୟ ସହ ଉତ୍ତମ ପ୍ରଦର୍ଶନ ପାଇଁ ଦିବ୍ୟାଂଶୁ ବଳରାମ, ସ୍ୱପ୍ନିଳ କୃଷ୍ଣ ଓ ସାଇନାଙ୍କୁ ରାଧା ଭାବେ ଚୟନ କରାଯାଇଛିl ଆସନ୍ତା ୧୧ ତାରିଖ ଦିନ ଗୋପପୁରରେ ଶୁଭସ୍ତମ୍ଭ ସ୍ଥାପନ କରାଯିବl  ଏହାପରେ ରିହରର୍ଶଲ୍ ଆରମ୍ଭ ହେବl ଶିଶୁ କଳାକାର ମଧ୍ୟ ଏଥର ଅଭିନୟ ପାଇଁ ମନୋନୀତ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି l 
ଏହି ଖବର ପଢ଼ନ୍ତୁ: ଧାନଗଦାରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଭୁବନେଶ୍ବର ପ୍ରଧାନ କଂସ

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ନୂଆ କଂସ ମିଳିଛି। ଏଥର ଭୁବନେଶ୍ବର ପ୍ରଧାନ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ। ଧନୁଯାତ୍ରା ସମୟରେ ବରଗଡ଼ ସହରରେ ରାଜ୍ କରିବେ। ତାଙ୍କର ଇସାରାରେ ବରଗଡ଼ ପରିଚାଳିତ ହେବ। ସେ କଡ଼ା ସଂଳାପ କହି ମୁକ୍ତାକାଶ ରଂଗମଞ୍ଚକୁ ଦୁଲୁକାଇବେ। ଚୟନ କମିଟି ଆଜି ଭୁବନେଶ୍ବର ପ୍ରଧାନଙ୍କ ନାମରେ ମୋହର ମାରିଛି। ଶ୍ରୀ ପ୍ରଧାନ ଅନ୍ୟ ୩ ଜଣ (ଜଗଦାନନ୍ଦ ମିଶ୍ର, ଆର୍ତ୍ତତ୍ରାଣ ସୁନାନି ଓ ସୁଶୀଲ ମେହେର)ଙ୍କୁ ପଛରେ ପକାଇ କଂସ ଭୂମିକା ପାଇଁ ବାଜି ମାରିଛନ୍ତି।

ଏହି ଖବର ପଢ଼ନ୍ତୁ: ଶପଥ ନେଲେ ଦେବେନ୍ଦ୍ର ଫଡନାବୀସ

ଆସନ୍ତା ଜାନୁଆରି ୩ ତାରିଖରୁ ଧନୁଯାତ୍ରା ଆରମ୍ଭ  ହେବ। ଏକାଦଶ ଦିବସୀୟ ଏହି ମୁକ୍ତାକାଶ ରଂଗମଞ୍ଚ ଜାନୁଆରି ୧୩ ତାରିଖ ଯାଏଁ ଜାରି ରହିବ। ମହାରାଜ କଂସଙ୍କ ସଂଳାପରେ ଗଗନ ପବନ ପ୍ରକମ୍ପିତ ହେବ। ବରଗଡରେ ମହାରାଜ କଂସଙ୍କ ରାଜୁତି ଚାଲିବ।