ଭଏନାତୋରାରେ ବଢ଼ୁଛି ଝାଡ଼ାବାନ୍ତି, ୧୨ ଆକ୍ରାନ୍ତ

Advertisment
ଭଏନାତୋରାରେ ବଢ଼ୁଛି ଝାଡ଼ାବାନ୍ତି, ୧୨ ଆକ୍ରାନ୍ତ

ଅମ୍ବାଭୋନା: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ ଅନ୍ତର୍ଗତ ଭଏନାତୋରା ଗ୍ରାମରେ ପ୍ରାୟ ଏକ ସପ୍ତାହ ଧରି ଝାଡ଼ାବାନ୍ତି ଲାଗି ରହିଛି। ଏ ପର୍ଯ୍ୟନ୍ତ ୧୨ ଜଣ ଆକ୍ରାନ୍ତ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲାସ୍ଥିତ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡିଛି। ଦୁଇଜଣ ଆକ୍ରାନ୍ତଙ୍କୁ ଖେଦାପାଲିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଟେମରାମ ଦେହେରୀଙ୍କ ତତ୍ତ୍ଵାବଧାନରେ ଏକ ଡାକ୍ତରୀ ଟିମ୍‌ ଭଏନାତୋରା ଗ୍ରାମକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏଏନଏମ୍‌ କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀମାନେ ଘରକୁ ଘର ବୁଲି ସଚେତନ କରିବା ସହ ସର୍ଭେ ମଧ୍ୟ କରିଛନ୍ତି।

ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ତରଫରୁ ଗଳି କନ୍ଦିରେ ବ୍ଳିଚିଂ ପାଉଡର ବିଛାଯାଇଛି। ଝାଡ଼ାବାନ୍ତି ବ୍ୟାପୁଥିବା ଅଂଚଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି। ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ବୁର୍ଲା ବଡ଼ ଡାକ୍ତରଖାନାରେ ଜଣେ, ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୩ ଜଣ ଏବଂ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫ ଜଣ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟସେବା ପହଞ୍ଚାଇବାକୁ ଏକ ମୋବାଇଲ ଟିମ୍‌ ସକ୍ରିୟ ରହିଛନ୍ତି। ଡା. ଆଞ୍ଚଲ ପ୍ରଧାନ, ଦୀନଦୟାଲ ପଟେଲ, ଫାର୍ମାସିଷ୍ଟ ଭୂପେନ ସାହୁ, ମହିଳା ସ୍ବାସ୍ଥ୍ୟକର୍ମୀ ଜ୍ୟୋତ୍ସ୍ନାମୟୀ ସାହୁ ପ୍ରମୁଖ ଘର ଘର ବୁଲି ଚିକିତ୍ସା କରିବା ସହ ପ୍ରତିଷେଧକ ଔଷଧ ବିତରଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe