ତେଲେଙ୍ଗାନା ଇଟାଭାଟିରେ ୧୯ ଶ୍ରମିକ ବନ୍ଧକ

Advertisment
ତେଲେଙ୍ଗାନା ଇଟାଭାଟିରେ ୧୯ ଶ୍ରମିକ ବନ୍ଧକ

Telegraph India

ପଦ୍ମପୁର: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍‌ ଅନ୍ତର୍ଗତ ଗଉଡ଼ମାଲ ଗ୍ରାମର ୩ ଜଣ ଶିଶୁ ଓ ମହିଳାଙ୍କ ସମେତ ୧୯ ପ୍ରବାସୀ ଶ୍ରମିକ ତେଲେଙ୍ଗାନା ରାଜ୍ୟର ବିଶକଣ୍ତା ଇଟାଭାଟିରେ ୨ ମାସ ହେଲା ବନ୍ଧକ ରହିଛନ୍ତି। ସେମାନଙ୍କୁ ମୁକୁଳାଇବା ପାଇଁ ବନ୍ଧକ ଥିବା ଉଷା ବେହେରା (୬୦ ବର୍ଷ)ଙ୍କ ସ୍ବାମୀ ତାରାଚନ୍ଦ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ତିଆନଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି।

ସୂଚନା ଅନୁସାରେ, ଗଉଡ଼ମାଲ ଗ୍ରାମର ୧୯ ଜଣ ଦଳିତ ପରିବାର ସଦସ୍ୟ ପେଟପାଟଣା ପାଇଁ ତେଲେଙ୍ଗାନାକୁ ଯାଇ ବାଉଁଶବାଡ଼ା ଜିଲ୍ଲା ଅନ୍ତର୍ଗତ ଜଣେ ଇଟାଭାଟି ମାଲିକ କ୍ରିଷ୍ଣାଙ୍କ ବିଶକଣ୍ତା ଇଟାଭାଟିରେ ୨ ମାସ ହେଲା କାମ କରୁଛନ୍ତି। ଇଟାଭାଟି ମାଲିକ ସେମାନଙ୍କୁ ପାରିଶ୍ରମିକ ଦେବା ବଦଳରେ ମାଡପିଟ୍‌ କରିବା ସହ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ସେମାନେ ଓଡ଼ିଶା ଫେରିବାକୁ ଚାହୁଥିବା ବେଳେ ମାଲିକ ଜୋରଜବରଦସ୍ତ ସେମାନଙ୍କୁ ଇଟାଭାଟିରେ ବନ୍ଧକ ରଖି କାମ କରାଉଥିବା ସେମାନେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe