୨ ବସ୍ତା ଗଞ୍ଜେଇ ସହ କାର୍‌ ଓ ବାଇକ ଜବତ: ୩ କୋର୍ଟ ଚାଲାଣ

Advertisment
୨ ବସ୍ତା ଗଞ୍ଜେଇ ସହ କାର୍‌ ଓ ବାଇକ ଜବତ: ୩ କୋର୍ଟ ଚାଲାଣ

ପଦ୍ମପୁର: ପଦ୍ମପୁର ଥାନା ଜମଲା ଗଁା ପାଖରୁ ଗୋଟିଏ ମାରୁତି ଭ୍ୟାନ୍‌ରେ ଆସୁଥିବା ୨ ବସ୍ତା ଗଞ୍ଜେଇ ଜବତ କରାଯିବା ସହ ଏଥିରେ ସଂପୃକ୍ତ ଥିବା ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। କାର୍‌ ସହ ୨ଟି ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ନାରାୟଣ ପ୍ରସାଦ ଗଁାର ସୁରେଶ ସେଠ୍‌, ବଲାଙ୍ଗୀର ଜିଲ୍ଲା କୁଟ୍ରାପାଲି ଗଁାର ପ୍ରେମାନନ୍ଦ ସାହୁ ଓ ବରଗଡ଼ ଜିଲ୍ଲା ବୁଡ଼େନ ଥାନା ବନ୍ଦୁପାଲି ଗଁାର ନିଧେଶ୍ବର ମେହେରଙ୍କୁ ପୁଲିସ୍‌ ଗିରଫ କରିଛି। ପଦ୍ମପୁର ଥାନା କେସ୍ ନଂ ୧୦୭ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏସ୍‌ଡିପିଓ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe