ବରଗଡ଼ ପୁଲିସ୍‌ର ମିସନ୍ କ୍ଲିନ୍‌: ୬୦ ସିରଫ ବେପାରୀ ଗିରଫ

Advertisment
ବରଗଡ଼ ପୁଲିସ୍‌ର ମିସନ୍ କ୍ଲିନ୍‌: ୬୦ ସିରଫ ବେପାରୀ ଗିରଫ

ବରଗଡ଼: ନିଶାରେ ଭାସୁଥିବା ବରଗଡ଼ ଜିଲ୍ଲାରେ ପୁଲିସ୍‌ର ମିସନ୍‌ କ୍ଲିନ୍‌ର ପ୍ରଥମ ପର୍ଯ୍ୟାୟ ସଫଳ ହୋଇଛି। ସିରପ୍‌ କାରବାର କରୁଥିବା ୭ଟି ମାମଲାରେ ମୋଟ୍‌ ୬୦ ଜଣ ବେପାରୀ ଗିରଫ ହୋଇଛନ୍ତି। ଅମ୍ବାଭୋନାରେ ୫ଜଣ, ଭେଡ଼େନରେ ୩, ବରପାଲିରେ ୪, ସୋହେଲାରେ ୮, ପାଇକମାଳରେ ୧୨, ଗାଈସିଲାଟ୍‌ରେ ୧୦, ବରଗଡ଼ରେ ୧୬ ଏବଂ ଭଟଲିରେ ୨ଜଣ ଗିରଫ୍ ହୋଇଛନ୍ତି।

ବରଗଡ଼ ପୁଲିସ୍‌ ଏହି ଅଭିଯାନ ପାଇଁ ୬ଟି ଟିମ୍‌ ଗଠନ କରିଥିଲା। ଚଢ଼ଉ ବେଳେ ମୋଟ୍‌ ୭୪୦୦ ବୋତଲ୍‌ ସିରପ୍‌ ସହ ଅନ୍ୟ ନିଶା ସାମଗ୍ରୀ ଜବତ ହୋଇଛି। ଅଭିଯୁକ୍ତମାନଙ୍କୁ ଆକାଉଣ୍ଟ ଅଚଳ କରି ପୁଲିସ୍‌ ଅଧିକ ତନାଘନା ଚଳାଇଛି। ମଙ୍ଗଳବାର ସକାଳୁ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବରଗଡ଼ ଟାଉନ୍‌ ପୁଲିସ୍‌ ଗଣପତି ହୋଟେଲ୍‌ ସମ୍ମୁଖରେ ଛପି ରହିଥିଲା। କଟକରୁ ଦୁଇଟି ପିକ୍‌ଅପ୍‌ରେ ସିରପ୍‌ ଆସୁଥିବା ପୁଲିସ୍‌ ପାଖରେ ଖବର ଥିଲା। ଠିକଣା ସମୟରେ ପୁଲିସ୍‌ ପିକ୍‌ଅପ୍‌ ଦୁଇଟିକୁ ଅଟକାଇ ଯାଞ୍ଚ କରିଥିଲା। ଉଭୟ ଗାଡ଼ିରେ ନକଲି ସସ୍‌ ବୋତଲ ଥିବା ପେଟି ସମେତ ବିପୁଳ ସିରପ୍‌ ଜବତ କରିଥିଲା। ଦୁଇଟି ଗାଡ଼ିରେ ସିରପ୍‌ ଚାଲାଣ କରୁଥିବା ୧୬ ଜଣଙ୍କୁ ପୁଲିସ୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe