ପରିସ୍ରା ବାହାନାରେ ସନ୍ଦିଗ୍ଧ ଚମ୍ପଟ, ପୁଲିସ୍‌ ନାକେଦମ୍‌

Advertisment
ପରିସ୍ରା ବାହାନାରେ ସନ୍ଦିଗ୍ଧ ଚମ୍ପଟ, ପୁଲିସ୍‌ ନାକେଦମ୍‌

ଭେଡ଼େନ: ପରିସ୍ରା ବାହାନାରେ ଚୋରି ଘଟଣାର ସନ୍ଦିଗ୍ଧ ଚମ୍ପଟ ମାରିଲା। ୫ ଘଣ୍ଟା ଖୋଜାଖୋଜି ‌ପରେ ପୋଖରୀରୁ ଅଚେତ ଅବସ୍ଥାରେ ଉଦ୍ଧାର ହେବାଭଳି ଚର୍ଚ୍ଚିତ ଘଟଣା ବରଗଡ଼ ଜିଲ୍ଲା ଭେଡ଼େନ ଅଞ୍ଚଳରେ ଘଟିଛି। ପପଙ୍ଗା କଲୋନି ଛକରେ ରହୁଥିବା କପଡ଼ା ବ୍ୟବସାୟୀ ରମେଶ ମେହେରଙ୍କ ଘରୁ ଗତ ଶୁକ୍ରବାର ରାତିରେ ଘରେ କେହି ନଥିବା ସୁଯୋଗ ନେଇ ୧୨ ଭରି ସୁନା ଓ ନଗଦ ୬୦ ହଜାର ଟଙ୍କା ଚୋରି ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ୍‌, ସାଇଣ୍ଟିଫିକ୍‌ ଟିମ୍‌ ସହ ସନ୍ଧାନୀକୁକୁର ତନାଘନା କରିଥିଲେ।

ସନ୍ଧାନୀ କୁକୁର ଚୋରି ହୋଇଥିବା ଘରଠାରୁ ଗୋଟିଏ କିଲୋମିଟର୍‌ ଦୂର ଏକ ଘରେ ପହଞ୍ଚିଥିଲା। ସେଠାରୁ ଜଣକୁ ଉଠାଇ ଆଣି ପୁଲିସ୍‌ ଜେରା ଆରମ୍ଭ କରିଥିଲା। ଉକ୍ତ ଘରେ ରହୁଥିବା ଆଉ ଜଣେ ବ୍ୟକ୍ତି ଘଟଣା ଦିନରୁ ଅନୁପସ୍ଥିତ ଥିଲା। ତେବେ ଉକ୍ତ ବ୍ୟକ୍ତି ଜଣକ ସୋମବାର ରାତିରେ ଘରକୁ ଆସିଥିବା ଜାଣି ପୁଲିସ ମଙ୍ଗଳବାର ତାଙ୍କୁ ଥାନାକୁ ପଚରାଉଚରା ପାଇଁ ଆଣିଥିଲା। ତେବେ ସକାଳ ୧୦ଟାରେ ପରିସ୍ରା ବାହାନାରେ ସେ ଥାନାରୁ ଚମ୍ପଟ ମାରିଥିଲା। ପୁଲିସ ତାକୁ ଗୋଡ଼ାଇବାରୁ ଥାନା ନିକଟରେ ଥିବା କଁଟା (ପୋଖରୀ)କୁ ଡେଇଁ ସେ ଫେରାର ଉଦ୍ୟମ କରିଥିଲା। ପୁଲିସ ଓ ଅଗ୍ନିଶମ କର୍ମଚାରୀ ଦୀର୍ଘ ୫ ଘଣ୍ଟା ଧରି ପୋଖାରୀରେ ଖୋଜାଖୋଜି କରିଥିଲେ। ପରେ ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ଚିକିତ୍ସା ଚାଲୁ ଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe