ଆକ୍ରମଣରେ ଆହତ ଆଖି ବୁଜିଲେ, ରାସ୍ତା ଅବରୋଧ

Advertisment
ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ବରଗଡ଼: ଗତ ୨ ତାରିଖ ହୋଲି ଉତ୍ସବ ବେଳେ ବରଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ ବରମଚାରୀଠାରେ ସୁମନ ହଂସ (୨୪)ଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ସୁମନଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଥିଲା। ଦୀର୍ଘ ୧୨ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ବୁଧବାର ଦିନ ଗୋଟାଏ ବେଳେ ସୁମନଙ୍କ ପରଲୋକ ଘଟିଛି। ଶବକୁ ଲୋକେ ବରଗଡ଼ ଆଣିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ସଂଧ୍ୟାରେ ସ୍ଥାନୀୟ ଗୁରୁଦ୍ୱାରା ଛକଠାରେ ଶବ ରଖି ପରିବାର ଏବଂ ଗ୍ରାମବାସୀ ମିଶି ରାସ୍ତା ଅବରୋଧ କରିଥିଲେ।

ରାସ୍ତା ଉପରେ ଟାୟାର ଜାଳି ଦୀର୍ଘ ସମୟ ଧରି ଅବରୋଧ ଜାରି ରହିଥିଲା। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଲୋକେ ଦାବି କରିଥିଲେ। ପୁଲିସ୍‌ ବୁଝାଶୁଝା କରିବା ପରେ ମଧ୍ୟ ବେଶ କିଛି ସମୟ ଉତ୍ତେଜନା ଲାଗି ରହିଥିଲା। ପରେ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପାଇବା ପରେ ରାତିରେ ଅବରୋଧ ହଟିଥିଲା। ସୂଚନାଯୋଗ୍ୟ, ହୋଲି ଖେଳ ସରିବା ପରେ ସୁମନ କେନାଲରେ ଗାଧେଇବା ପରେ ଘରକୁ ଫେରୁଥିଲେ। ବାଟରେ ବରମଚାରୀ ଅଂଚଳର ୫/୬ ଜଣ ଯୁବକ ତାଙ୍କ ବାଟ ଓଗାଳି ଆକ୍ରମଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe