ଯୁବକଙ୍କୁ ମରଣାନ୍ତକ ଆକ୍ରମଣ :ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ :ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ

ପଦ୍ମପୁର,: ମହୁଲପାଲି ଗ୍ରାମର ୩ ଜଣ ଯୁବକ ମୋଟର ସାଇକେଲରେ ଆସୁଥିବା ବେଳେ ପଦ୍ମପୁରଠାରେ ବଡ଼ପଡ଼ାର କିଛି ଯୁବକ ସେମାନଙ୍କୁ ଆକ୍ରମଣ କରିଥିଲେ। ଏ ସଂପର୍କରେ ମହୁଲପାଲି ଗ୍ରାମବାସୀ ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ ଦେବା ସହ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମହୁଲପାଲିଠାରେ ସୋହେଲା-ପଦ୍ମପୁର ରାସ୍ତାକୁ ଅବରୋଧ କରିଛନ୍ତି।
ଗତ ୧ ତାରିଖ ସଂଧ୍ୟାରେ ବଡ଼ପଡ଼ାର ଭରତ ରଣା, ଛୋଟୁ, ବଣ୍ଟି, ବିଜୁ ଛୁରିଆ, ଅନିତ ବିଭାର, ନିିତେଇ ପ୍ରମୁଖ ଦ୍ରୁତଗତିରେ ମୋଟର ସାଇକେଲ ଚଳାଇବା ସହ ମହୁଲପାଲିଠାରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ସେମାନଙ୍କୁ ମହୁଲପାଲିର ସୁବ୍ରତ ସାହୁ ମନା କରିବାରୁ ତାଙ୍କୁ ସେମାନେ ମାଟପିଟ୍‌ କରି ଲହୁଲୁହାଣ କରି ଦେଇଥିଲେ। ପରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା। ପରେ ୨ ତାରିଖ ଦିନ ପଡ଼ପଡ଼ାର ଯୁବକମାନେ ପୁଣି ମହୁଲପାଲି ଗ୍ରାମକୁ ଯାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଗ୍ରାମବାସୀଙ୍କ ସହିତ ଝଗଡା କରିଥିଲେ।

ଏ ଘଟଣାକୁ ନେଇ ୩ ତାରିଖ ବୁଧବାର ସକାଳେ ମହୁଲପାଲି ଗ୍ରାମର କିଛି ଦିନ ମଜୁରିଆ ଆସୁଥିବା ବେଳେ ସେମାନଙ୍କୁ ଅଟକାଇ ଧମକଚମକ ଦେଇଥିଲେ। ତାପରେ ମହୁଲପାଲି ଗ୍ରାମର ସୁନୀଲ ସାହୁ, ପ୍ରମୋଦ ସାହୁ ଓ ପ୍ରଦୀପ ସାହୁ ବାଇକରେ ଆସୁଥିବା ବେଳେ ତାଙ୍କୁ ପଦ୍ମପୁରରେ ଉକ୍ତ ଯୁବକମାନେ ଅଟକାଇଥିଲେ। ସେମାନଙ୍କ ମଧ୍ୟରୁ ସୁନୀଲ ସାହୁଙ୍କ ମୁଣ୍ଡରେ ପଥରରେ ବାଡେଇବାରୁ ତାଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ଅଭିଯୁକ୍ତମାନେ ସେଠାରେ ଫେରାର ମାରିଥିବା ବେଳେ ଏକ ମୋଟର ସାଇକେଲ (ଓଡି୧୭-ଜେ-୮୪୧୬)କୁ ଛାଡି ଯାଇଥିଲେ। ତୁରନ୍ତ ଉକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ମହୁଲପାଲି ଗ୍ରାମବାସୀ ଅକ୍ଷୟ ସାହୁ, ଝସକେତନ ବେହେରା, ଜନ୍ମେଜୟ ବରିହା, ଯୋଗୀନ୍ଦ୍ର ବରିହା, ଆନନ୍ଦ ସାହୁ ଓ ଅନ୍ୟମାନେ ପଦ୍ମପୁର ଥାନାରେ ଏକ ଏତଲା ଦେଇଥିଲେ। ପରେ ମହୁଲପାଲିଠାରେ ରାସ୍ତାରୋକ କରାଯାଇଥିଲା। ଘଟଣାସ୍ଥଳକୁ ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା, ଆଇଆଇସି ଯଶୋବନ୍ତ ପ୍ରଧାନୀ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe