ଅତାବିରା ଏନ୍‌ଏସି ଅଧ୍ୟକ୍ଷ ନିର୍ବାଚିତ ହେଲେ ବିଜେଡ଼ିର ବନମାଳି ବରିହା

Advertisment
ଅତାବିରା ଏନ୍‌ଏସି ଅଧ୍ୟକ୍ଷ ନିର୍ବାଚିତ ହେଲେ ବିଜେଡ଼ିର ବନମାଳି ବରିହା

ଅତାବିରା: ଆଜି ସକାଳୁ ଅତାବିରା ଏନ୍‌ଏସି ନିର୍ବାଚନ ଫଳାଫଳ ଘୋଷଣା ହୋଇଯାଇଛି। ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ  ସକାଳ ୮ଟାରୁ ୪ଟି ଟେବୁଲରେ ଚାରି ରାଉଣ୍ତ ଗଣତି ହୋଇଥିଲା। ଅତାବିରା ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡି ପ୍ରାର୍ଥୀ ବନମାଳି ବରିହା ବିଜୟୀ ହୋଇଛନ୍ତି। ସେ ୪୮୨୮ ଖଣ୍ଡ ଭୋଟ୍‌ ବ୍ୟବଧାନରେ ସର୍ବମୋଟ୍‌ ୬୫୬୫ ଖଣ୍ଡ ଭୋଟ୍‌ ପାଇଁ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଦଳର ସବିତା ଭୁଏଙ୍କୁ ମିଳିଛି ୧୭୩୭ ଭୋଟ୍‌ ଏବଂ ବିଜେପିର ଲକ୍ଷ୍ମୀ ବେହେରା ୧୫୩୨ ଖଣ୍ଡ ଭୋଟ୍‌ ପାଇଛନ୍ତି।

ସେହିପରି ଅତାବିରା ୱାର୍ଡ ନମ୍ବର ୧ରେ କଂଗ୍ରେସ ପ୍ରାର୍ଥୀ ଦୀପକ ରାୟ ବିଜୟୀ ହୋଇଥିବା ବେଳେ ୱାର୍ଡ ନମ୍ବର ୨ରେ ବିଜେଡି ପ୍ରାର୍ଥୀ ସିବାନନ୍ଦ ତ୍ରିପାଠୀ, ୱାର୍ଡ ନମ୍ବର ୩ରେ ବିଜେଡି ପ୍ରାର୍ଥୀ ନେପାଳ ପ୍ରଧାନ, ୱାର୍ଡ ନମ୍ବର ୪ରେ ବିଜେଡି ପ୍ରାର୍ଥୀ ସବିତା ମଲ୍ଲିକ, ୱାର୍ଡ ନମ୍ବର ୫ରେ ବିଜେଡି ପ୍ରାର୍ଥୀ ରାଜୀବ କହରା, ୱାର୍ଡ ନମ୍ବର ୬ରେ ବିଜେଡି ପ୍ରାର୍ଥୀ ପ୍ରମିଳା ପ୍ରଧାନ, ୱାର୍ଡ ନମ୍ବର ୭ରେ ବିଜେଡି ପ୍ରାର୍ଥୀ ବିଲୋସ ଜନପୁରୀ, ୱାର୍ଡ ନମ୍ବର ୮ରେ ବିଜେଡି ପ୍ରାର୍ଥୀ ରେଣୁକା ପ୍ରଧାନ, ୱାର୍ଡ ନମ୍ବର ୯ରେ ବିଜେଡି ପ୍ରାର୍ଥୀ ନାରାୟଣ ସାହୁ, ୱାର୍ଡ ନମ୍ବର ୧୦ରେ ବିଜେଡି ପ୍ରାର୍ଥୀ ସୁରେଖା ବାଗ, ୱାର୍ଡ ନମ୍ବର ୧୧ରେ ବିଜେଡି ପ୍ରାର୍ଥୀ ଅନୁସୂୟା ବିଶ୍ୱାଲ ଓ ୱାର୍ଡ ନମ୍ବର ୧୨ରେ ବିଜେଡି ପ୍ରାର୍ଥୀ ଯମୁନା ଭୁଏ ବିଜୟୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe