ନାବାଳକ ଛାତ୍ର ମୃତ୍ୟୁ ଘଟଣା: ଶନିବାର ବରଗଡ଼ ବନ୍ଦ ଡାକରା

Advertisment
ନାବାଳକ ଛାତ୍ର ମୃତ୍ୟୁ ଘଟଣା: ଶନିବାର ବରଗଡ଼ ବନ୍ଦ ଡାକରା

ବରଗଡ଼: ସ୍ଥାନୀୟ ବିକାଶ ଫାଷ୍ଟ ଷ୍ଟେପ୍ ସ୍କୁଲର ନାବାଳକ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ବରଗଡ଼ ସହରରେ ସ୍ଥିତି ଉଦବେଗଜନକ ରହିଛି। ଅଭିଭାବକ ସଂଘ ପକ୍ଷରୁ ଶନିବାର ୧୨ଘଣ୍ଟିଆ ବରଗଡ଼ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ବରଗଡ଼ରେ ଦୋକାନବଜାର ବନ୍ଦ ରହିଛି। ଯାନବାହାନ ଚଳାଚଳରେ ବି ବ୍ୟାହତ ଘଟିଛି। ପୂର୍ବରୁ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ପରିବାରବର୍ଗ ଏବଂ ଅଭିଭାବକ ସିଧାସଳଖ ସ୍କୁଲ କର୍ତୃପକ୍ଷଙ୍କୁ ଦାୟୀ କରିଥିଲେ। ୨୫ ତାରିଖ ସ୍କୁଲ ସମ୍ମୁଖରେ ରାସ୍ତାରୋକ ହୋଇଥିଲା।

ପୁଲିସ୍‌ ଏବଂ ସ୍କୁଲ କର୍ତୃପକ୍ଷଙ୍କ ସହ ଅଭିଭାବକମାନଙ୍କ ମଧ୍ୟରେ କଥା କଟାକଟି ପରେ ଉତ୍ତେଜନା ଲାଗି ରହିଥିଲା। ଏହି ଘଟଣାରେ ୯ଜଣଙ୍କ ବିରୋଧରେ ପୁଲିସ୍‌ ମାମଲା ରୁଜୁ କରିଛି। ଏହା ବିରୋଧରେ ଗୁରୁବାର ସ୍ଥାନୀୟ ଅଗ୍ରଗମୀ ଯୁବକ ସଂଘ ପରିସରରେ ବୈଠକ ବସିଥିଲା। ଏଥିରେ ବିଭିନ୍ନ ସଂଘ, ସଂଗଠନ ଏବଂ ରାଜନୈତିକ ଦଳର ପ୍ରତିନିଧି ସହ ବିକାଶ ଫାଷ୍ଟ ଷ୍ଟେପ୍‌ ସ୍କୁଲ୍‌ରେ ପଢ଼ୁଥିବା ପିଲାଙ୍କ ଅଭିଭାବକମାନେ ଯୋଗ ଦେଇଥିଲେ। ବିକାଶ ଗ୍ରୁପ୍‌ର ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ ସହ ଗିରଫ କରିବା, ପ୍ରତି ସ୍କୁଲରେ ପିଲାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆଦି ଦାବି ନେଇ ଶନିବାର ବରଗଡ଼ ସହର ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି। ବରଗଡ଼ ଜିଲ୍ଲା ଓକିଲ ସଂଘ ଶୁକ୍ରବାର ନିଜ ବୈଠକ ପରେ ବନ୍ଦକୁ ନିଜ ସମର୍ଥନ ନେଇ ବିଧିବଦ୍ଧ ଭାବେ ଜଣାଇବ। ବନ୍ଦ ପାଳନ ବେ‌ଳେ ସମସ୍ତ ସରକାରୀ ଓ ଘରୋଇ ଦପ୍ତର, ଶିକ୍ଷାନୁଷ୍ଠାନ ସମେତ ଦୋକାନ ବଜାର ଏବଂ ଗାଡ଼ି ଚଳାଚଳ ବନ୍ଦ କରିବାକୁ ସ୍ଥିର ହୋଇଥିଲା।

publive-image

ସୂଚନାଯୋଗ୍ୟ, ବରଗଡ଼ ସହର ନିକଟସ୍ଥ ପ୍ରଧାନପାଲି ନିବାସୀ ଉମେଶ ଚନ୍ଦ୍ର ସାହୁଙ୍କ ପୁଅ ଆଦିତ୍ୟ ରାଜ୍‌(୬ବର୍ଷ)ଙ୍କ ଗତ ୨୨ ତାରିଖ ରାତିରେ ପରଲୋକ ଘଟିଥିଲା। ସେ ବିକାଶ ଫାଷ୍ଟ ଷ୍ଟେପ୍‌ ସ୍କୁଲ୍‌ର ପ୍ରଥମ ଶ୍ରେଣୀ ଛାତ୍ର ଥିଲେ। ପିତା ଉମେଶଙ୍କ ଅଭିଯୋଗ ଅନୁସାରେ, ଆଦିତ୍ୟ ବିକାଶ ଫାଷ୍ଟଷ୍ଟେପ୍‌ ସ୍କୁଲରେ ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଗତ ୨୦ ତାରିଖ ଦିନ ବେଳେ ସ୍କୁଲ୍‌ ପରିସରରେ ଖେଳୁଥିବାବେଳେ ଆଦିତ୍ୟ ଖସି ପଡ଼ିଥିଲେ। ଆଦିତ୍ୟଙ୍କ ମୁଣ୍ଡର ଡାହାଣ ପାର୍ଶ୍ବରେ ଆଘାତ ଲାଗିଛି ବୋଲି ସ୍କୁଲ କର୍ତୃପକ୍ଷ ସୂଚନା ଦେଇଥିଲେ। ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା। କିନ୍ତୁ ୨୧ ତାରିଖରୁ ଆଦିତ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଛାତିରେ ଯନ୍ତ୍ରଣା ଲାଗି ରହିଥିଲା। ଯଦି ସ୍କୁଲ କର୍ତୃପକ୍ଷ ଅବହେଳା କରିନଥାନ୍ତେ ଏବଂ ଉପଯୁକ୍ତ ଚିକିତ୍ସା ହୋଇଥାନ୍ତା, ତେବେ ଆଦିତ୍ୟଙ୍କ ଜୀବନ ବଂଚି ଯାଇଥାନ୍ତା ବୋଲି ପରିବା‌ରଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe