ପଦ୍ମପୁର ଜିଲ୍ଲାରେ ନ ମିଶିବା ଦାବିରେ ୧୨ ଘଣ୍ଟିଆ ବିଜେପୁର ବନ୍ଦ

Advertisment
ପଦ୍ମପୁର ଜିଲ୍ଲାରେ ନ ମିଶିବା ଦାବିରେ ୧୨ ଘଣ୍ଟିଆ ବିଜେପୁର ବନ୍ଦ

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ପ୍ରସ୍ତାବିତ ପଦ୍ମପୁର ଜିଲ୍ଲାରେ ମିଶିବେ ନାହିଁ ବୋଲି ବିଜେପୁର ନାଗରିକ କମିଟି ସହ ବିଭିନ୍ନ ସଂଗଠନ ଏକାଠି ହୋଇ ପ୍ରତିବାଦ କରୁଛନ୍ତି। ବିଜେପୁର ବ୍ଲକ ଓ ଏନ-ଏ-ସି ଅଞ୍ଚଳ ସାମିଲ ନ ହେବା ପାଇଁ ଏହି ବନ୍ଦ ପାଳନ କରାଯାଉଛ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସବୁ ଦୋକାନ ବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଚଳ ଠପ ରହିଛି ।
ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ ହେଉଥିବା ବେଳେ ବିଭିନ୍ନ ଛକରେ ପ୍ରତିବାଦକାରୀମାନେ ପିକେଟିଂ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବିଭିନ୍ନ ଛକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe