ପ୍ରକାଶ ପାଇଲା ବିଜେପୁର ଚୂଡ଼ାନ୍ତ ଭୋଟର୍‌ ତାଲିକା

ଉପନିର୍ବାଚନ ତାରିଖ ଘୋଷଣା ଘୁଞ୍ଚୁଛି

ପ୍ରକାଶ ପାଇଲା ବିଜେପୁର ଚୂଡ଼ାନ୍ତ ଭୋଟର୍‌ ତାଲିକା

ବରଗଡ଼ : ବିଜେପୁର ଉପନିର୍ବାଚନ ତାରିଖକୁ ନେଇ ସବୁ ପୂର୍ବାନୁମାନ ଫେଲ୍‌ ମାରୁଛି। ଚଳିତ ମାସ ୨୦ ତାରିଖ ନିର୍ବାଚନ କମିସନ ତାରିଖ ଘୋଷଣା କରିବେ ବୋଲି ଜୋର୍‌ ଚର୍ଚ୍ଚା ହେଉଥିଲା। ଉଭୟ ବିଜେଡି ଏବଂ ବିଜେପିର ତୁଙ୍ଗନେତାଙ୍କ ପୂର୍ବାନୁମାନ ବି ଏକା ଥିଲା। ଶନିବାର ସଂଧ୍ୟା ଯାଏଁ ସଭିଏଁ ତାରିଖ ଘୋଷଣା ପାଇଁ ଚାତକ ଭଳି ଅନାଇ ରହିଥିଲେ। କିନ୍ତୁ ସଂଜ ଗଡ଼ିଯିବା ସହ ସବୁ ପୁଣି ଅନିଶ୍ଚିତତା ଘେରକୁ ଚାଲି ଯାଇଛି। ଇତିମଧ୍ୟରେ ବିଜେପୁର ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ମୋଟ୍‌ ୨,୨୧,୧୪୯ ଭୋଟର୍‌ ମତଦାନ କରିବେ। ଚଳିତ ବର୍ଷ ପହିଲାରୁ ୧୮ବର୍ଷ ଛୁଇଁଥିବା ବ୍ୟକ୍ତିଙ୍କୁ ମଧ୍ୟ ନୂଆ ସଂଶୋଧିତ ତାଲିକାରେ ସାମିଲ କରାଯାଇଛି। ୨୦୧୪ ମସିହା ଭୋଟର୍‌ ତାଲିକାରେ ୨,୦୬,୪୩୬ ଜଣଙ୍କ ନାମ ଥିଲା। ଅର୍ଥାତ ଏଥର ୧୪,୭୧୩ ଭୋଟର୍‌ ସଂଖ୍ୟା ବୃଦ୍ଧି ପାଇଛି। ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୨୭୦ଟି ବୁଥ୍‌ ରହିଛି। ବୁଥଓ୍ଵାରୀ ଭୋଟର୍‌ ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚୂଡ଼ାନ୍ତ ଭୋଟର୍‌ ତାଲିକା ପ୍ରକାଶ ପାଇବା ପରେ ଏହାର ସଂପୂର୍ଣ୍ଣ ବିବରଣୀ ମୁଖ୍ୟ ନିର୍ବାଚନ କମିସନରଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe