ବରପାଲିରେ ବିଜେପିର ପଦଯାତ୍ରା ଶେଷ:‘ବୁଲେଟ୍‌ର ଜବାବ ବାଲଟ୍‌ରେ’

Advertisment
ବରପାଲିରେ ବିଜେପିର ପଦଯାତ୍ରା ଶେଷ:‘ବୁଲେଟ୍‌ର ଜବାବ ବାଲଟ୍‌ରେ’

ବରପାଲି: ବରପାଲିଠାରେ ବିଜେପିର ଦୁଇ ଦିନିଆ ଗଣତନ୍ତ୍ର ବଂଚାଅ ଶୋଭାଯାତ୍ରା ବୁଧବାର ଶେଷ ହୋଇଛି। କର୍ମୀ ମନୋରଂଜନ ମେହେରଙ୍କ ଘର ଉପରକୁ ଗୁଳିମାଡ଼ ପ୍ରତିବାଦରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କିରିଛି। ସକାଳୁ ବନ୍ଦପାଲି ଠାରୁ ପଦଯାତ୍ରା ବାହାରି ବରପାଲି ପହଂଚିଥିଲା। ସ୍ଥାନୀୟ ଗଙ୍ଗାଧର କ୍ଲବଠାରେ ଆୟୋଜନ ହୋଇଥିଲା ପ୍ରତିବାଦ ସଭା। ଜିଲ୍ଲା ସଭାପତି ଡା. ଅରୂପା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ କନକ ବର୍ଦ୍ଧନ ସିଂ ଦେଓ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର, ବିଧାୟକ ପ୍ରଦୀପ ପୁରୋହିତ, ବିଧାୟକ ରବି ନାୟକ, ବିଧାୟିକା ରାଧାରଣୀ ପଣ୍ଡା, ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡ଼ଂଗୀ, ବିଜେପୁର ପୂର୍ବ ବିଧାୟକ ଅଶୋକ ପାଣିଗ୍ରାହୀ, ଛତିଶଗଡ଼ ସୋଲାର ସେଲ ଅଧ୍ୟକ୍ଷ ପୁରନ୍ଦର ମିଶ୍ର, ରାଜ୍ୟ ସାଧାରଣ ସଂପାଦକ ରଞ୍ଜନ ପଟେଲ, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ଇରାସିସ ଆଚାର୍ଯ୍ୟ, ବରିଷ୍ଠ ନେତା ନାଉରୀ ନାଏକ, ଯଦୁମଣି ପାଣିଗ୍ରାହୀ, ସୁରେଶ୍ୱର ଶତପଥୀ, ସୀମାଞ୍ଚଳ ଖଟେଇ, ଡି.ମୁରଲୀ କ୍ରିଷ୍ଣା, ସୁଶାନ୍ତ ମିଶ୍ର, ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ଗୋଲକ ମହାପାତ୍ର,ପ୍ରିତେଶ ବହିଦାର, ସକୁନ୍ତଳା ମହାପାତ୍ର, ଅଶ୍ୱିନୀ ମାଝୀ, ଅଶ୍ୱିନୀ ରାଉତ ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ବିଜେପୁରରେ ଗଣତନ୍ତ୍ରର ହନନ ହୋଇଛି ବୋଳି ଅଭିଯୋଗ କରିଛନ୍ତି।

ବିଜେପୁରର ସ୍ୱାଭିମାନ ପାଇଁ ଲୋକେ ବୁଲେଟ୍‌ର ଜବାବ ବାଲାଟ୍‌ରେ ଦେବେ। ଗୁଳି ଚଳାଇଥିବା ଅପରାଧୀଙ୍କୁ ବର୍ତମାନ ପୁଲିସ୍‌ ଗିରଫ ନକରିବା ନିନ୍ଦନୀୟ। ପ୍ରଥମେ ଗୋପାଳ ମେହେର ଓ ନିଶଂକ ମେହେରଙ୍କୁ ଗିରଫ କରାଯାଉ ବୋଲି ଦଳ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe