ବରାହ ମାଂସ ସହ ଜଣେ ଗିରଫ 

Advertisment
ବରାହ ମାଂସ ସହ ଜଣେ ଗିରଫ 

ଅମ୍ବାଭୋନା : ଭଟଲି ରେଞ୍ଜର ଅନ୍ତର୍ଗତ ଡୁଙ୍ଗୁରୀ ସେକ୍ସସନ ଅଧିନସ୍ଥ ବାରପାହାଡ ଘେରା ଅଞ୍ଚଳ ଉଦେଇପାଲି ଗ୍ରାମର ଉତକିମୁଡା ଜଙ୍ଗଲ ଭିତରେ ଅବାଧରେ ବରାହ ଶିକାର ହେଉଥିବା  ଖବର ମିଳିବା ପରେ ବନ ବିଭାଗ ଦ୍ଵାରା ଚଢାଉ କରାଯାଇଛି । ଏଥିରେ ଉଦେଇପାଲି ଗ୍ରାମର ଓକିଲ ମିର୍ଦ୍ଧା (୩୬) କୁ ଗିରଫ ସଂଗେ ବରାହ ମାଂସ ସହିତ ଗୋଟିଏ ବରାହ ମୁଣ୍ଡ ଜବତ କରାଯାଇଛି ।

ଏସଂକ୍ରାନ୍ତରେ ଭଟଲି ରେଞ୍ଜର ଅଫିସ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ବନ ବିଭାଗ ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି ବାରପାହାଡ ଓ ଡେବ୍ରିଗଡ ଅଭୟାରଣ୍ୟ  ବନ୍ୟଜନ୍ତୁ ମାନଙ୍କୁ ୧୧କେଭି ବିଦ୍ୟୁତ ତାରରେ ଲଗାଇ ପ୍ରତ୍ୟେକ ଦିନ ଶିକାର କରାଯାଉଛି । ବିଦ୍ୟୁତ ସ୍ପର୍ଶରେ ଆସି ବହୁ ବନ୍ୟଜନ୍ତୁଙ୍କ ମୃତ୍ୟୁ ଘଟୁଛି । ତେବେ ଏଥି ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe