କକା ପୁଅ ଭାଇକୁ କୂଅକୁ ଠେଲି ମାରିଲା ନାବାଳକ

Advertisment
କକା ପୁଅ ଭାଇକୁ କୂଅକୁ ଠେଲି ମାରିଲା ନାବାଳକ

ବରଗଡ଼ : ଜମି ବିବାଦ ଏବଂ ପୁରୁଣା ଆକ୍ରୋଶ ରଖି ନିଜ ୪ବର୍ଷର କକା ପୁଅକୁ ଜଣେ ୧୬ବର୍ଷ ନାବାଳକ ହତ୍ୟା କରିବା ଭଳି ସମ୍ବେଦନଶୀଳ ଘଟଣା ଘଟିଛି ବରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଧଉଁରା‌ଖନ୍ଦା ଗାଁରେ। ମୃତକ ଜଣକ ସୁଦେବ ଦାସ (୪)। ଅଭିଯୁକ୍ତ ନାବାଳକକୁ ସଦର ପୁଲିସ୍ ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ସମ୍ମୁଖରେ ହାଜର କରିବା ପରେ ରାଉରକେଲାସ୍ଥିତ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଘଟଣାଟି ଗତ ମଂଗଳବାର ରାତି ମହିଳାମାନେ ପୁଅ ଜିଉନ୍ତିଆ କରୁଥିବା ବେଳେ ଘଟିଛି। ବିଳମ୍ବିତ ରାତିରେ କୂଅରୁ ଶବ ମିଳିବା ପରେ ଏହି ହତ୍ୟାକାଣ୍ଡ ସଂପର୍କରେ ଜଣାପଡ଼ିଥିଲା। ବଡ଼ ଭାଇ ଧର୍ମେନ୍ଦ୍ର ଦାସ ଏବଂ ସାନଭାଇ ବିଷ୍ଣୁଚରଣ ଦାସ ଗାଁରେ ପାଖାପାଖି ଘରରେ ରୁହନ୍ତି। ଅଭିଯୁକ୍ତ ନାବାଳକ ହେଲା ଧର୍ମେନ୍ଦ୍ରଙ୍କ ପୁଅ। ଗତରାତିରେ ସେ କକା ବିଷ୍ଣୁଚରଣଙ୍କ ୪ବର୍ଷର ପୁଅ ସୁଦେବକୁ ଘରୁ ‌ଶୌଚ କରିବା ବାହାନାରେ ଘରୁ ଡାକି ନେଇଥିଲା। ଗାଁ ପାଖରେ ଥିବା ଗୋଟିଏ କୂଅକୁ ଅଭିଯୁକ୍ତ ଜଣକ ସୁଦେବକୁ ଠେଲି ଦେଇଥିଲା। ତେବେ ଜମି ବିବାଦକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା ସଦର ଥାନା ଅଧିକାରୀ ମମତା ନାଏକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe