କେନ୍ଦ୍ରରେ ଦୁଇ ଜଣ ଓଡ଼ିଆ ମନ୍ତ୍ରୀ ଓଡ଼ିଶାର ସମସ୍ୟା ପ୍ରସଙ୍ଗରେ ଚୁପ୍‌ ରହୁଛନ୍ତି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisment
କେନ୍ଦ୍ରରେ ଦୁଇ ଜଣ ଓଡ଼ିଆ ମନ୍ତ୍ରୀ ଓଡ଼ିଶାର ସମସ୍ୟା ପ୍ରସଙ୍ଗରେ ଚୁପ୍‌ ରହୁଛନ୍ତି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଏନ୍‌ଏସ୍‌ପି ଦୁଇଗୁଣ କରାଯିବ ବୋଲି କେନ୍ଦ୍ର ପ୍ରତିଶ୍ରୁତି ଦେଇଥିଲା। ଦୀର୍ଘ ଦିନ ଅପେକ୍ଷା କଲୁ; ଚିଠି ଲେଖିଲୁ କିଛି ସୁଫଳ ମିଳିଲା ନାହିଁ। ଦୁଇ ବର୍ଷ ଅପେକ୍ଷା କରିବା ପରେ ସମସ୍ୟା ଜଣାଇବାକୁ ଚାଷୀ ଓ ମନ୍ତ୍ରୀ ଦିଲ୍ଲୀ ଗଲେ, କିନ୍ତୁ କେନ୍ଦ୍ର ସରକାର ତାଙ୍କ ପାଇଁ ୨ ମିନିଟ୍‌ ସମୟ ଦେଲେ ନାହିଁ। କେନ୍ଦ୍ରରେ ଦୁଇ ଜଣ ଓଡ଼ିଆ ମନ୍ତ୍ରୀ ଥାଇ ସୁଦ୍ଧା ନିରବ ରହିଲେ ବୋଲି କେନ୍ଦ୍ରକୁ ଟାର୍ଗେଟ୍‌ କରି ସୋମବାର ଦିନ ବରଗଡ଼ର ଅତାବିରା ମଣ୍ଡଳୀରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଜୟ ଜଗନ୍ନାଥ ଓ ଜୁହାର କହି ଭାଷଣ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ, କାଳିଆ ଯୋଜନା ଦ୍ୱାରା ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ। ଆମ ସରକାର ଆସିବାର ପ୍ରଥମ ଦିନ ବାକି ଚାଷୀମାନଙ୍କୁ ୧୦ ହଜାର ଲେଖାଏଁ ଟଙ୍କା ଦିଆଯିବ।

କୋଶଳି ଭାଷାକୁ ସ୍ୱୀକୃତି ଦେବା ପାଇଁ କେନ୍ଦ୍ରକୁ କହିଥିଲୁ। ସେଥିରେ ମଧ୍ୟ ସେ ଚୁପ୍‌ ରହିଲେ। ଏବେ ଭୋଟ୍‌ ପାଇଁ କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶା ଚାଲି ଆସୁଛନ୍ତି। ମୁଁ ଆପଣମାନଙ୍କ ସହ ରହିଛି। ଶେଷ ନିଃଶ୍ୱାସ ଥିବା ଯାଏଁ ଆପଣମାନଙ୍କ ସେବା କରୁଥିବି।

ପ୍ରଚଣ୍ଡ ଖରା ସତ୍ତ୍ୱେ ଲୋକେ ତାଙ୍କ କଥା ଶୁଣିବାକୁ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ବିଜେଡି ବିଧାୟିକା ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ଏବଂ ସାଂସଦ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍‌ ଦେଇ ଜୟଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe