ବଡ଼ଭାଇର ତାୱା ପାହାରରେ ଚାଲିଗଲା ସାନଭାଇର ଜୀବନ

Advertisment
ବଡ଼ଭାଇର ତାୱା ପାହାରରେ ଚାଲିଗଲା ସାନଭାଇର ଜୀବନ

ପାଇକମାଳ: ବରଗଡ଼ ଜିଲା ପାଇକମାଳ ବ୍ଲକ ଡୁଙ୍ଗୁରିପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବଡ଼ଭାଇର ଆକ୍ରମଣରେ ସାନଭାଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛି। ମୃତକ ହେଲେ ବିରଞ୍ଚି ସୁନାଙ୍କ ପୁଅ ମନୋଜ ସୁନା (୨୫)।

ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ  ୮ଟାରେ ମୃତକ ମନୋଜ ଓ ବଡ଼ଭାଇ ଉପେନ୍ଦ୍ର ସୁନା (୨୯)ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଉପେନ୍ଦ୍ର ପାଖରେ ଥିବା ରୁଟି ସେକିବା ଲୁହା ତାୱାରେ ମନୋଜର ମୁଣ୍ଡରେ ଜୋରରେ ତିନି ଥର ପ୍ରହାର କରିଥିଲା। ଏହାଫଳରେ ଘଟଣାସ୍ଥଳରେ ମନୋଜର ଭୀଷଣ ରକ୍ତସ୍ରାବ ହେଲା ଓ ମୃତ୍ୟୁବରଣ କଲା। ମନୋଜ ପଡ଼ିଯିବା ଦେଖି ଭୟରେ ପାଇକମାଳ ଥାନାକୁ ଉପେନ୍ଦ୍ର ସୁନା ନିଜେ ଯାଇ ସେଠାରେ ଆତ୍ମସମର୍ପଣ କରିଥିଲା। ଶୁକ୍ରବାର ଏ ନେଇ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe