ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

Advertisment
ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା/ବରଗଡ଼: ପୁଣି ଥରେ ବରଗଡ଼ ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଶୁକ୍ରବାର ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ପାଇକମାଲ ଥାନା ଅନ୍ତର୍ଗତ ଜଳଗଡ଼ ଗ୍ରାମର ସାରଥୀ ବୁଡ଼େକଙ୍କ ବଡ଼ ପୁଅ ଜଗଦୀଶ ବୁଡ଼େକ(୪୫) କୀଟନାଶକ ଔଷଧ ପାନ କରି ଆତ୍ମହତ୍ୟା କରିଛନ୍ତି। ଜଗଦୀଶ ସକାଳୁ ବିଲରେ କାମ କରିବାକୁ ଯାଇଥିଲେ। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଗାଁରେ ଏଣେ ତେଣେ ଖୋଜାଖୋଜି କରିଥିଲେ। ମାତ୍ର ଜଗଦୀଶଙ୍କୁ ନପାଇବାରୁ ବିଲକୁ ଯାଇଥିଲେ। ସେଠାରେ ଜଗଦୀଶ ଅଚେତ ହୋଇ ପଡ଼ିଥିଲେ।

ଜଗଦୀଶଙ୍କ ଭାଇ ପରମାନନ୍ଦ ବୁଡ଼େକ କହିଛନ୍ତି, ତାଙ୍କ ଗ୍ରାମଠାରୁ ନୂଆପଡ଼ା ଜିଲ୍ଲା ସଦର ମହକୁମା ପ୍ରାୟ ୨୦ କିଲୋମିଟର ହୋଇଥିବାରୁ ତାଙ୍କୁ (ଜଗଦୀଶ) ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ଜଗଦୀଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ପରମାନନ୍ଦ କହିଛନ୍ତି, ଜଗଦୀଶ ଚାଷୀ ଋଣ ଭାର ଯୋଗୁଁ କିଛି ଦିନ ହେବ ଚାପଗ୍ରସ୍ତରେ ଥିଲେ। ସେ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୬୦ ହଜାର ଟଙ୍କା ଋଣ ନେବା ସହିତ କୋ-ଅପରେଟିଭ୍‌ ବ୍ୟାଙ୍କରୁ ମଧ୍ୟ ଋଣ ନେଇଥିଲେ। ଜଗଦୀଶଙ୍କ ସଯୁକ୍ତ ପରିବାରରେ ରହୁଥିବା ବେଳେ ତାଙ୍କର ଜଣେ ୨୫ ବର୍ଷୀୟ ଝିଅ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe